ନୂଆଦିଲ୍ଲୀ (ଏଣଟିଆର ବ୍ୟୁରୋ): ଅଏଲ ମାର୍କେଟିଙ୍ଗ କମ୍ପାନୀ ଲଗାତର ଭାବେ ଦ୍ୱିତୀୟ ଦିନ ତଥା ଶନିବାର ଦିନ ଡିଜେଲ ଦରରେ ଲିଟର ପିଛା ୮ ପଇସା କମ କରିଛି । କିନ୍ତୁ ପେଟ୍ରୋଲ ଦର ସ୍ଥିର ରହିଛି । ସେହିଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧.୩୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧.୨୫ ଟଙ୍କା ହ୍ରାସ ହୋଇଛି । ଓଏମସି ପକ୍ଷରୁ ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତା ରେ ଡିଜେଲ ଦରରେ ଲିଟର ପିଛା ୭ ପଇସା ଏବଂ ଚେନ୍ନାଇରେ ୮ ପଇସା ହ୍ରାସ କରାଯାଇଛି ।
ଇଣ୍ଡିଆନ୍ ଅଏଲ ୱେବସାଇଟ ମୁତାବକ,ଦିଲ୍ଲୀ , ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ରେ ପେଟ୍ରୋଲ ଦର ଲିଟର ପିଛା କ୍ରମଶଃ: ୭୩.୨୭ ଟଙ୍କା, ୭୮.୮୮ ଟଙ୍କା,୭୫.୯୨ ଟଙ୍କା ଏବଂ ୭୬.୦୯ ଟଙ୍କା ରହିଛି । ସେହିପରି ଡିଜେଲ ଦର ଲିଟର ପିଛା କ୍ରମଶଃ: ୬୬.୨୪ ଟଙ୍କା, ୬୯.୪୩ ଟଙ୍କା,୬୮.୬୦ ଟଙ୍କା ଏବଂ ୬୯.୯୬ ଟଙ୍କା ରହିଛି ।