ଲଦାଖ (ଏଟିଆର ବ୍ୟୁରୋ) : ଭାରତୀୟ ସୀମାରେ ବାହ୍ୟ ସତୃ ବାରମ୍ବାର ଅନୁପ୍ରବେଶ କରି ଦେଶରେ ଆତଙ୍କରାଜ ସୃଷ୍ଟି କରିବାକୁ ଚେଷ୍ଟା କରିଥାନ୍ତି କିନ୍ତୁ ଭାରତୀୟ ଯବାନ ଆତଙ୍କବାଦର କଡା ଜବାବ ଦେବା ସହ ଦେଶକୁ ବାହ୍ୟ ସତୃ ଠାରୁ ରକ୍ଷା କରିଥାନ୍ତି ।
ଆଜି ଲଦାଖ ଠାରେ ଭାରତୀୟ ଯବାନମାନଙ୍କୁ ବାହ୍ୟ ସତୃର ମୁକାବିଲାରେ ସାହାର୍ଯ୍ୟ କରିବା ପାଇଁ ଏଲଓସିର ନିୟନ୍ତ୍ରଣ ରେଖା ନିକଟରେ ଦୌଲତ ବେଗ େଓøଲ୍ଡିକୁ ସଂଯୋଗ କରୁଥିବା ରାସ୍ତା ଉପରେ ହୋଇଥିବା ପୋଲ ଉଦଘାଟନ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ସେନା ଅଧ୍ୟକ୍ଷ ବିପିନ ରାୱତ । ଏହି ପୋଲର ନାଁ ଭାରତୀୟ ସେନାର ପ୍ରତିଷ୍ଠିତ ସୈନିକ କର୍ଣ୍ଣଲ ଶେବାଙ୍ଗ ରେନଶେନଙ୍କ ନାମରେ ନାମିତ କରାଯାଇଛି । ଏହି ପୋଲ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।