ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦିନକୁ ଦିନ ସୋସିଆଲ ମିଡିଆର ଅପବ୍ୟବହାର ବଢିବାରେ ଲାଗିଛି । କେତେ ବେଳେ କିଏ ଭିଡିଓ କରି ସୋସିଆଲ ମିଡିଆରେ ଅପପ୍ରଚାର କରୁଛି ତ ଆଉ କେତେ ବେଳେ ଭୁଲ ଖବର ଭାଇରାଲ କରୁଛି । ଏହାକୁ ନଜରେ ରଖି କେନ୍ଦ୍ର ସରକାର ଆସନ୍ତା ୨୦୨୦ ଜାନୁଆରୀ ୧୫ ତାରିଖ ସୁଦ୍ଧା ଏକ ଆଇନ ପ୍ରଣୟନ କରିବେ । ଏହାକୁ ନେଇ କେନ୍ଦ୍ର ସରକାର ଆଜି ସୁପ୍ରିମ କୋର୍ଟକୁ ଅବଗତ କରାଇଛନ୍ତି । ମିନିଷ୍ଟ୍ରି ଅଫ ଇଲେକ୍ଟ୍ରୋନିକ୍ସ ଏଣ୍ଡ ଇନଫରମେସନ ସୋସିଆଲ ମିଡ଼ିଆର ଦୂରୁପଯୋଗ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟରେ ଆଫିଡେଭିଟ ଦାଖଲ କରିଛନ୍ତି ।
ଏହି ଆଫିଡେଭିଟରେ ଲୋଖାଯାଇଛି ଯେ ସୋସିଆଲ ମିଡିଆର ହିଂସା ସୃଷ୍ଟି କଲାଭଳି ପୋଷ୍ଟ ଓ ସୋସିଆଲ ମିଡିଆର ଦୂରୁପଯୋଗ ଉପରେ ଲଗାମ ଲଗାଯାଉ ଓ ଏହା ପାଇଁ ନିୟମ ବନାଯାଉ ଯାହାକି ଏହି ପ୍ଲାଟଫର୍ମ ସୁରକ୍ଷିତ ରଖିବ । ଅନ୍ୟପକ୍ଷରେ ସୋସିଆଲ ମିଡିଆର ଅପବ୍ୟବହାର ରୋକିବା ପାଇଁ ବମ୍ବେ, ମାଡ୍ରାସ ଓ ମଧ୍ୟପ୍ରଦେଶ ହାଇକୋର୍ଟରେ ଆଗତ ହୋଇଥିବା ଏକାଧିକ ମାମଲାକୁ ସୁପ୍ରିମକୋର୍ଟ ନିଜ ପାଖକୁ ନେଇ ଆସିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ହୋଉଥିବା ସମସ୍ତ ଆବେଦନ ସୁପ୍ରିମ କୋର୍ଟ ଶୁଣାଣି ହେବ ।