ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ରାଜନୀତି ପୁରା ସରଗରମ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିପକ୍ଷ ଦଳ ବିଜେପକୁ ଟାର୍ଗେଟ କରି କହିଛନ୍ତି କି, ଦିଲ୍ଲୀରେ ହିନ୍ଦୁ-ମୁସଲମାନ ରାଜନୀତି କରିବାର ସାହାସ ବିଜେପି ପାଖରେ ନାହିଁ, କାରଣ ସେ ରାଜନୀତିକ ବିମର୍ଶକୁ ହିଁ ବଦଳାଇ ଦେଇଛନ୍ତି । ଅନ୍ୟପଟେ କେଜ୍ରିୱାଲ ନିଜ ସରକାର ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ପ୍ରଶଂସା କରିବା ସହ ଦାବି କରିଛନ୍ତି କି ଆଗାମୀ ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଆମ ଆଦମୀ ପାର୍ଟିକୁ ଭୋଟ ଦେବେ ।
ମିଡିଆ ରିପୋର୍ଟ ମୁତାବକ, କେଜ୍ରିୱାଲଙ୍କ ମତରେ ଦିଲ୍ଲୀରେ ହିନ୍ଦୁ-ମୁସଲମାନ ରାଜନୀତି କରିବାର ସାହାସ ବିଜେପି ପାଖରେ ନାହିଁ, କାରଣ ଆମେ ଦେଶର ରାଜନୀତିକ ଦିଶାକୁ ବଦଳାଇ ଦେଇଛୁ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିଛୁ । ଆମେ ବିଜେପିର ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ବାଧ୍ୟ ହୋଇଛୁ । ସବୁଠାରୁ ବଡ କଥା ହେଉଛି ସେ ଦାବି କରିଛନ୍ତି ଯେ, ଦିଲ୍ଲୀର ପ୍ରତ୍ୟେକ ନିବାସୀ ତାଙ୍କ ସରକାରଙ୍କ ନୀତିରେ ଲାଭବାନ ହୋଇଛନ୍ତି ।