ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବହେ ପାଣି ପିଆଇ ଦେଲେ । ବସିବାକୁ କହିଲେ । ବାସ ସେଠୁ ବସିଛନ୍ତି ଯେ ବସିଛନ୍ତି । ଏଣେ ପେଟରେ ପାଣି ଲହଡି ମାରି ସୁସୁ ଜୋରଦାର ଲାଗିଲା । ସମ୍ଭାଳି ନପାରି ଦୌଡିଗଲେ । ହେଲେ ବାଟ ଓଗାଳିଲେ ଦିଦି । ସୁସୁ କରିବାକୁ ଦେଲେନାହିଁ । ବିଚରା ଯୁବକ ଜଣକ କାନ୍ଦୁଣିମାନ୍ଦୁଣି ହୋଇପଡିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ମର୍ଡନ ହେଲଥ କେୟାରରେ ।
ପୂରା ଘଟଣାଟି ଏହିପରି, ଜଣେ ଯୁବକ ଅଲଟ୍ରା ସାଉଣ୍ଡ କରିବା ଲାଗି ଆସିଥିଲେ । ଉପସ୍ଥିତ ଦିଦି ତାଙ୍କୁ ପାଣି ପିଇବାକୁ କହି ବସାଇ ଦେଇଥିଲେ । କହିଥିଲେ ସୁସୁ ଲାଗିଲେ କହିବ । ଯୁବକ ଜଣକ କଥା ମାନି ଅପେକ୍ଷା କଲେ । ଅଧଘଁଟା ପରେ ସୁସୁ ଲାଗିଲା ବୋଲି କହିଲେ । ହେଲେ ଦିଦି କହିଲେ ଏବେ ନୁହଁ ଆଉ ଟିକେ ଯାଉ । ଥରକୁ ଥର ୫ଥର ଏମିତି ଦିଦି ଯୁବକଙ୍କୁ ଅଟକାଇ ରଖୁଥାନ୍ତି । ଏଣେ ଯୁବକ ଜଣଙ୍କ ସୁସୁ କରିବା ଲାଗି ବାଉଳି ହୋଇଯାଉଥିବା ବେଳେ ଦିଦି ଜଣଙ୍କ କହିଥିଲେ କାଇଁ ବ୍ୟସ୍ତ ହେଉଛ ।
ଏମିତି ତମକୁ ଲାଗୁଥିବ । ତମପରି ଆମେ ହଜାର ହଜାର ରୋଗୀଙ୍କୁ ଦେଖୁଛୁ । ମୁଁ କ’ଣ ଜାଣି ପାରିବିନି ତମକୁ କେତେବେଳେ ସୁସୁ ଲାଗିବ । ବ୍ୟସ୍ତ ହୁଅନି ସୁସୁ ଲାଗିଲେ ମୁଁ ଜାଣିପାରିବି । ତା’ ପରେ ତମେ ଯିବ । ଦିଦିଙ୍କ ଏଭଳି କଥା ଉପସ୍ଥିତ ସମସ୍ତଙ୍କୁ ହସିହସି ବେଦମ କରିଥିଲା ।