ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ କିଛଇଦିନ ତଳେ ପିଲାମାନଙ୍କ ପାଖରେ ବସି ଚିକେନ ଖାଇ ସୁନ୍ଦରଗଡ ଜିଲ୍ଲା ଶିକ୍ଷାଅଧିକାରୀ ଚର୍ଚ୍ଚାକୁ ଆସିଥିଲେ । ସେ କଥା ମନରୁ ନ ଯାଉଣୁ ପୁଣି ସେମିତି ଏକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ବିବାଦରେ ପର୍ଯ୍ୟଟନ ମନ୍ତ୍ରୀ । ରାୟଗଡ଼ା ଜିଲ୍ଲାରେ ଏକଲବ୍ୟ ମଡେଲ୍ ସ୍କୁଲର ପିଲାମାନଙ୍କ ସହ ବସି ମଧ୍ୟାହ୍ନ ଭୋଜନରେ ଚିକେନ୍ ଖାଇବା ଏବେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମହଙ୍ଗା ପଡ଼ିଛି।
ସୂଚନା ଅନୁସାରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହି ରାୟଗଡା ଗସ୍ତରେ ଯାଇଥିବା ବେଳେ ସେଠାରେ ଏକଲବ୍ୟ ସ୍କୁଲରେ ପିଲାମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ । ତେବେ ସେଠାରେ ପିଲାମାନେ ସାଧା ଖାଉଥିବା ବେଳେ ମନ୍ତ୍ରୀ ଚିକେନ ଖାଉଥିବାର ଫଟୋ ସାମ୍ନାକୁ ଆସିଥିଲା । ଯେଉଁ ଫଟୋ ଶୋସାଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଲିଖିତ ଭାବେ କାରଣ ଦର୍ଶାଇବାକୁ ନିର୍ଦେଶ ଦେଇଛନ୍ତି ।