ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତର ପ୍ରଦେଶର ସମସ୍ତ ଜିଲ୍ଲାରେ କନ୍ୟା ସୁମଙ୍ଗଳା ଯୋଜନା ଆଜିଠୁ ଆରମ୍ଭ ହେବ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧିବଧ ଭାବେ ଏହି ଯୋଜନାର ଶୁଭାରମ୍ଭ କରିବେ ।
ମହିଳା କଲ୍ୟାଣ ବିଭାଗ ପକ୍ଷରୁ ଲୋକଭବନରେ ହେବାକୁ ଥିବା ଉତ୍ସବରେ ଯୋଜାନ ପାଇଁ ପ୍ରସ୍ତୁତି ହୋଇଥିବା ପୋର୍ଟାଲକୁ ମୁଖ୍ୟମନ୍ତ୍ରୀ ଲଞ୍ଚ କରିବେ । ଏହାସହିତ କିଛି ଲାଭାର୍ଥିଙ୍କ ଖାତାକୁ ଅନଲାଇନ୍ ପ୍ରୋତ୍ସାହିତ ରାଶି ବି ପଠାଯିବ ଏବଂ ଲାଭାର୍ଥିଙ୍କୁ ପଞ୍ଜିକରଣ ପ୍ରମାଣ ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ।
କନ୍ୟା ଭୃତ ହତ୍ୟା ଭଳି କୁପ୍ରଥାକୁ ସମାପ୍ତ କରିବା ଏବଂ ପରିବାର ନିୟୋଜନକୁ ବୃଦ୍ଧି କରାଇବା ଉଦ୍ଦ୍ୟେଶରେ ଏହି ଯୋଜନା ଆରମ୍ଭ କରାଯିବ । ଏହି ଯୋଜନାରେ ଲାଭାର୍ଥିଙ୍କ ଝିଅ ଜନ୍ମ ହେବାଠାରୁ ଆରମ୍ଭ କରି ସ୍ନାତକ ପାସ୍ ହେବା ପର୍ଯ୍ୟନ୍ତ ସରାକର ପ୍ରୋତ୍ସାହନ ସ୍ୱରୂପ ଛଅଟି ପର୍ଯ୍ୟାୟରେ ୧୫ ହଜାର ଟଙ୍କା ଦେବେ ।
ଜିଲ୍ଲାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଭାରୀ ମନ୍ତ୍ରୀଙ୍କ ବ୍ୟତିତ ସାଂସଦ, ବିଧାୟକ, ଜିଲ୍ଲା ପଞ୍ଚାୟତ, ଅଧ୍ୟକ୍ଷ ଏବଂ ନଗରପାଳିକା ପରିଷଦ ସମେତ ଅନ୍ୟ ଜନପ୍ରତିନିଧି ବି ସାମିଲ ରହିବେ । ଯୋଜନାର ଅନଲାଇନ ପୋର୍ଟାଲରେ ଏପର୍ଯ୍ୟନ୍ତ ୨.୮୨ ଲକ୍ଷ ଅବେଦକଙ୍କ ପଞ୍ଜିକରଣ ହୋଇସାରିଛି ।