ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ନଭେମ୍ବର ୧୩ ରୁ ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ଶୀତ ଅଧିବେଶନ । ଏନେଇ ବିଧାନସଭା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅଧିବେଶନ ନଭେମ୍ବର ୧୩ ରୁ ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ । ସର୍ବ ମୋଟ ଏଥିରେ ୩୦ ଦିନ କାର୍ଯ୍ୟଦିବସ ରହିବ ।
ଏହି ଅଧିବେଶନକୁ ରାଜ୍ୟପାଳ ମଧ୍ୟ ସ୍ୱୀକୃତି ଦେଇ ସାରିଲେଣି । ଅନ୍ୟପଟେ ଶୀତ ଅଧିବେଶନ ତାରିଖ ଜଣା ପଡିବା ପରେ ଉଭୟ ବିରୋଧୀ ଓ ଶାସକ ସେମାନଙ୍କ ବିଧାନସଭା ଋଣନୀତି ଆରମ୍ଭ କରି ସାରିଲେଣି । ସୂଚନାଯୋଗ୍ୟ ନଭେମ୍ବର ୨୦ରେ ୨୦୧୯ -୨୦ ପାଇଁ ଅତିରିକ୍ତ ବଜେଟ ଆଗତ କରାଯିବ । ସେହିଭଳି ୨୫ ତାରିଖ ଦିନ ବିଲ ପାସ କରାଯିବ ।