ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତାର ରିଜର୍ଭ ସୁନା ବିକ୍ରି କରିବାର ଯୋଜନା କରିଛି । ଏଥରକ ଆରବିଆଇ ଜାଲାନ କମିଟିର ସୁପାରିଶ ସ୍ୱୀକାର କରିଛି ବୋଲି ଅନୁମାନ କରାଯାଉଛି । ଜାଲାନ କମିଟି ପକ୍ଷରୁ କୁହାଯାଇଥିଲା କି, ରିଜର୍ଭ ବ୍ୟାଙ୍କ ସୁନାର ଟ୍ରେଣ୍ଡିଂ କରିବା ଉଚିତ୍ । ଏହାପରେ ଚଳିତ ବର୍ଷ ଅଗଷ୍ଟ ମାସରୁ ଗୋଲ୍ଡ ଟ୍ରେଣ୍ଡରେ ସକ୍ରିୟ ହୋଇଛି ଆରବିଆଇ।
ଚଳିତ ବର୍ଷ ଆରବିଆଇ ପକ୍ଷରୁ ଏପର୍ଯ୍ୟନ୍ତ $ ୧.୧୫ କୋଟି ର ସୁନା ବିକ୍ରି ହୋଇସାରିଲାଣି । ରିଜର୍ଭ ବ୍ୟାଙ୍କର ସାପ୍ତାହିକ ଡାଟା ବିଶ୍ଳେଷଣରୁ ଜଣାପପଡିଛି କି, ଜୁଲାଇ ୨୦୨୯ ରୁ $ ୫.୧ କୋଟି ର ସୁନା କିଣାଯାଇଛି ଏବଂ ପାଖାପାଖି $ ୧.୧୫ କୋଟିର ସୁନା ବିକ୍ରି କରାଯାଇଛି ।
ସୁନାର ଟ୍ରେଣ୍ଡିଂ ସକ୍ରିିୟ ଭାବେ ଆରମ୍ଭ ହୋଇଯାଇଛି । ମିଡିଆ ରିପୋର୍ଟ ମୁତାବକ,ଆରବିଆଇ ପାଖରେ ଅଗଷ୍ଟ ଶେଷ ଯାଏଁ $ ୧.୯୮୭ କୋଟି ସୁନା ଥିଲା । ଏହାସହିତ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଫରେସ୍କ ରିଜର୍ଭ ରେ $ ୨୬.୭ କୋଟି ର ସୁନା ରହିଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ଯେବେଠୁ ଜାଲାନ କମିଟି ର ସୁପାରିଶକୁ ସ୍ୱୀକାର କରିବାର ନିଷ୍ପତି କରିଛି, ସେବେଠୁ ଏହି ସୁନା ର ଟ୍ରେଣ୍ଡିଂ ଚାଲିଛି ।
ଜାଲାନା କମିଟିର ସୁପାରିଶ ରେ କୁହାଯାଇଛି କି, ଆରବିଆଇ କୁ ସୁନା ଦ୍ୱାରା ହେବାକୁ ଥିବା ଭାଲ୍ୟୁଏସନ ଗେନ୍ ପାଇଁ ନୁହେଁ ବରଂ ତାର ଟ୍ରେଣ୍ଡିଂ ଦ୍ୱାରା ହାସଲ ହେବାକୁ ଥିବା ଲାଭକୁ ସରକାରଙ୍କ ସହିତ ସେୟାର କରିବା ଉଚିତ୍ ।