ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ସାରା ଦେଶ ଦୀପାବଳିକୁ ନେଇ ଉତ୍ସବ ମୁଖର ହୋଇଥିବା ବେଳେ ଆଉ ଗୋଟେ ପଟେ ଆତଙ୍କବାଦି ଆକ୍ରମଣ ଆଶଙ୍କାକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡକଡି କରାଯାଇଛି । ଗୁପ୍ତ ସୂଚନା ଅନୁସାରେ ଦୁଇ ସୀମାପାର ଆତଙ୍କବାଦି ଦିପାବଳୀରେ ଦିଲ୍ଲୀରେ କିଛି ବଡ ଧରଣର ଅଘଟଣ କରିବାକୁ ଯୋଜନା କରିଛନ୍ତି । ଏକ ଫୋନ କଥା ବାର୍ତ୍ତାରୁ ଏହି ସୁରାକ ମିଳିଛି ।
ଯାହାକୁ ଦୃଷ୍ଟିରେ ରଖି ସରୋଜିନୀ ନଗର, ଲଜପତନ ନଗର ଏବଂ କାରୋଲ୍ ବାଗ୍ ନିରାପତ୍ତା ବ୍ୟବସ୍ଥା ସବୁଠୁ ଅଧିକ କଡାକଡି କରାଯାଇଛି। ସେହିଭଳି ମଲଟିପ୍ଲେକ୍ସ,କମପ୍ଲେସକ୍ସ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜାମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଅଧିକ ପ୍ରତିକ୍ରିୟା ଶୀଳ ହୋଇ ପଡିଛି । ଭାରତରେ ବଡ ଧରଣର ଅଘଟଣ କରିବାକୁ ଯୋଜନା କରୁଛି । ଏବେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ୍-ଏ-ମହମ୍ମଦ ଦୀପାବଳିରେ ଅଘଟଣ କରିବାକୁ ଯୋଜନା କରୁଥିବା ସୂଚନା ମଳିଛି ।