ଭଦ୍ରକ(ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ମା’ କାଳୀଙ୍କ ପୂଜା । ଏଥି ପାଇଁ ସାରା ରାଜ୍ୟ ଚଳଚଞ୍ଚଳ । ଭଦ୍ରକରେ ମା’ ଭଦ୍ରକାଳୀଙ୍କ ପିଠରେ ପୂଜା ଅର୍ଚନା ବହୂ ଧୁମ ଧାମରେ ପାଳନ କରାଯାଉଛି । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ମା’ ଭଦ୍ରକାଳୀ ୭ଟି ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ । ଏହି ଅବସରରେ କଳସ ଶୋଭାଯାତ୍ର ସହ ଯଜ୍ଞ ଓ ନାମ ସଂକୀର୍ତ୍ତନ ହେବ । ପ୍ରତ୍ୟକ ଦିନ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭାଗବତ ପାଠ ଅନୁଷ୍ଟିତ ହେବ । ଏହା ସହ ଭଦ୍ରକ ସହରରେ ବିଭିନ ମଣ୍ଡପରେ ୧୧ଟି ମେଢରେ ମା’ କାଳୀଙ୍କ ପୂଜା କରାଯିବ । ଏହି ପୂଜା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ହେବ ।
ପଥରକାଳୀ, ଭଦ୍ରକାଳୀ, ରାଜଘାଟ କାଳୀ, ବିଶାଣୀଖର୍ଦା, ଏରେଇଁ କାଳୀ ଆଦି ମଣ୍ଡପ ମାଆଙ୍କ ପୂଜା କରାଯାଉଛି । ଏଥି ପାଇଁ ପୋଲିସ ପ୍ରସାଶନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିଡ ଭିତରେ ଚୋରି ହେବାର ଅଧିକ ସମ୍ଭାବନା ଥିବାରୁ ସବୁଠି ସିସିଟିଭି କ୍ୟାମେରା ଲଗାଯାଇଛି । ମଦୁଆ ମାନଙ୍କୁ ଧରିବା ପାଇଁ ସହରର ଗଳି ମାନଙ୍କରେ ମଦୁଆ ଧରା ଗାଡି ବୁଲିବା ର ବ୍ୟବସ୍ଥା କରାଯାଇଛି । ଏହା ସହ ଅପରାଧୀ ମାନଙ୍କ ଉପର ସାଧା ପୋଷାକରେ ଥିବା ପୋଲିସ ମାନେ ନଜର ରଖିବେ । ସବୁ ମଣ୍ଡପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇଛି ।