ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭକ୍ତ ଓ ଭଗବାନ ଗୋଟିଏ ଭାବ ଡୋରୀରେ ବନ୍ଧା । ଭଗବାନ ଓ ଭକ୍ତ ମଧ୍ୟରେ ଯେତେ ବାଧା ଆସିଲେ ମଧ୍ୟ ଯଦି ଭକ୍ତଟିଏ ଭକ୍ତିର ସହ ଭଗବାନଙ୍କୁ ସ୍ମରଣ କରେ ତେବେ ଭଗବାନ ସବୁ ବାଧାକୁ ଦୂର କରିଦେଇଥାନ୍ତି । ସେହିଭଳି କିଛି ଦେଖିବାକୁ ମିଳିଛି ଶିରିଡି ସାଇବାବାଙ୍କ କ୍ଷେତ୍ରରେ । ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଭକ୍ତ ଶିରିଡି ଯାଇଥାନ୍ତି ସାଇବାବାଙ୍କ ଦର୍ଶନ ନିମନ୍ତେ । ମାତ୍ର ଏଥିପାଇଁ ସେମାନଙ୍କୁ କରିବାକୁ ପଡିଥାଏ ଅନେକ ଅସୁବିଧାର ସାମ୍ନା । କେତେବେଳେ ଯାତାୟତରେ ଅସୁବିଧା ହୋଇଥାଏ ତ ପୁଣି କେତେବେଳେ ରହିବା ଓ ଖାଇବା ପାଇଁ ଭକ୍ତ ଭୋଗିଥାନ୍ତି ଅନେକ ଅସୁବିଧା । ଭକ୍ତଙ୍କ ସୁବିଧାକୁ ନଜରରେ ରଖି ଏବେ ଆଇଆର୍ସିଟିସି ଶିରିଡି ଟୁର୍ ପ୍ୟାକେଜ ଘୋଷଣା କରିଛି ।
ଯେଉଁଥିରେ ଆପଣ ଆସନ୍ତା ମାସଠାରୁ ଦିଲ୍ଲୀର ଶିରିଡି ଅଭିମୁଖେ ଯାଇପାରିବେ । ଏହି ଟୁର୍ ପ୍ୟାକେଜର ନାମ ଦିଲ୍ଲୀ-ଶିରିଡି ଫ୍ଲାଇଟ ପ୍ୟାକେଜ ଅଟେ । ଗୋଟିଏ ରାତି ଓ ଦୁଇ ଦିନ ଥିବା ଏହି ପ୍ୟାକେଜର ମୂଲ୍ୟ ୧୪,୯୫୦ଟଙ୍କା ରହିଛି । ଏଥିରେ ଆପଣଙ୍କୁ ସକାଳ ଜଳଖିଆ , ମଧ୍ୟାନ ଭୋଜନ ଓ ରାତ୍ରୀ ଭୋଜନ ରହିଛି । ଏହି ଟୁର୍ ପ୍ୟାକେଜରେ ଆପଣ ଶିରିଡିରେ ଗୋଟିଏ ଡିଲକ୍ସ ରୁମରେ ରାତ୍ରୀ ଯାପନ କରିପାରିବେ । ରହିବା, ଖାଇବା ଆଦି ସମସ୍ତ ଖର୍ଚ୍ଚ ଏହି ଟୁର ପ୍ୟାକେଜରେ ରହିଅଛି । ଏହି ପ୍ୟାକେଜ ଜରିଆରେ ନଭେମ୍ବର ୧୬, ଡିସେମ୍ବର ୭ ଏବଂ ଡିସେମ୍ବର ୨୧ତାରିଖରେ ଯାତ୍ରାରମ୍ଭ କରିପାରିବେ । ଏସ୍ଜି-୯୪୬ ବିମାନରେ ଯାତ୍ରୀମାନେ ଦିଲ୍ଲୀରୁ ୧୨.୪୫ରେ ବାହାରି ଶିରିଡିରେ ୨/.୩୫ରେ ପହଞ୍ଚିବେ । ସେହିପରି ଏସ୍ଜି ୯୪୨ ବିମାନରେ ଦିଲ୍ଲୀରୁ ୩.୦୫ରେ ଉଡ଼ାଣ ଭରି ୪.୪୫ରେ ପହଞ୍ଚିବେ । ଏହି ଟୁରରେ ଆପର ଦିଲ୍ଲୀରୁ ଶିରିଡି , ଶିରିଡିରୁ ସନି ସିଂହାରପୁର ସ ସନିସିଂହାରରୁ ଦିଲ୍ଲୀ ଯାଇପାରିବେ । ପ୍ୟାକେଜ ଅଧିନରେ ଦିନକୁ ମାତ୍ର ୧୦ଜଣ ଯାତ୍ରୀ ଯାତ୍ରା କରିପାରିବେ ।