ରାଉରକେଲା ( ଏଟିଆର ବ୍ୟୁରୋ): ରାଉରକେଲା ସେଣ୍ଟମେରିରେ ଟଙ୍କା ଦେଇ ନପାରିବାରୁ ସାର୍ଟିଫିକେଟ ବନ୍ଧା ପଡିବା ଘଟଣାରେ ଆଜି ଜିଲ୍ଲାପାଳ ହସ୍ତକ୍ଷେପ କରିଛନ୍ତି । ତୁରନ୍ତ ଦୁଇ ଭଉଣୀଙ୍କ ସାର୍ଟିପିକେଟ ଫେରାଇବାକୁ ସ୍କୁଲ କତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ସୂଚନାଯୋଗ୍ୟ ୨୦୧୭ ମସିହାରେ କୁଆଁରମୁଣ୍ଡା ରିଓଁ ଗାଁ ଧରଣୀଦର ସିଂଙ୍କ ଦୁଇ ଝିଅ ଜୟଶ୍ରୀ ଓ ଭାଗ୍ୟଶ୍ରୀ ରାଉରକେଲା ଜଗଦା ସ୍ଥିତ ଇଂରାଜୀ ମିଡିୟମ ସେଂଟମେରୀ ସ୍କୁଲରେ ପାଠ ପଢୁଥିଲେ । ଦୁଇ ଭଉଣୀ ୨୦୧୭ ମସିହାରେ ମଧ୍ୟ ଦଶମ ପରୀକ୍ଷାରେ ଉର୍ତ୍ତଣ୍ଣ ହୋଇଥିଲେ ଏ ଗ୍ରେଡରେ ।
ମାତ୍ର ଏହି ଦୁଇ ମେଧାବି ଛାତ୍ରୀ ଆଉ କଲେଜ ମାଟି ମାଡି ପାରି ନଥିଲେ । କାରଣ ସ୍କୁଲ ଫି ଦେଇ ପାରି ନଥିବାରୁ ସେମାନଙ୍କ ସ୍କୁଲ ସାର୍ଟିପିକେଟ ସ୍କୁଲରେ ବନ୍ଧା ରହିଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିଛନ୍ତି । ତୁରନ୍ତ ଦୁଇ ଭଉଣୀଙ୍କ ସାର୍ଟିଫିକେଟ ଫେରାଇବାକୁ ନିର୍ଦେଶ ଦେଇଛନ୍ତି ।