ଭୁବନେଶ୍ୱର( ଏଟିଆର ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ଯେଉଁଭଳି ଭାବରେ ଗାଡି ମଟର ବୃଦ୍ଧି ପାଇବାରେ ଲାଗିଛି । ତାକୁ ଦୃଷ୍ଟିରେ ରଖି ଆଜି ରାଜଧାନୀରେ ଦ୍ୱିତୀୟ ଟ୍ରାଫିକ ଥାନା ଉଦଘାଟିତ ହୋଇଛି । ଚନ୍ଦ୍ରଶେଖରପୁର ଥାନା ପରିସରରେ ଅସ୍ଥାୟୀ ଭାବେ ଏହି ଟ୍ରାଫିକ ଥାନା ଉଦଘାଟିତ ହୋଇଛି । ପୁଲିସ ଡିଜି ବିଜୟ କୁମାର ଶର୍ମା ଏହାକୁ ଉଦଘାଟନ କରିଛନ୍ତି । ଯାହାର ନାମ ଟ୍ରାଫିକ ଥାନା ନର୍ଥ ରଖାଯାଇଛି । ସେହିଭଳି ପୂର୍ବରୁ ଏଜି ଛକରେ ଥିବା ଟ୍ରାଫିକ ଥାନାର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି ।
ତାର ନାମ ସେଣ୍ଟ୍ରାଲ ଟ୍ରାଫିକ ଥାନା ନାମକୁ ପରିବର୍ତ୍ତନ କରାଯାଇଛି । ଏହି ଉଦଘାଟନ ଉତ୍ସବରେ ପୁଲିସ ଡିଜିଙ୍କ ସମେତ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୁଲିସ କମିଶନର ସଞ୍ଜୟ ସିଂ, ଡିସିପି ଟ୍ରାଫିକ ସାଗରିକା ନାଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟ୍ରାଫିକ ଥାନା ଅଧିନରେ ଖଣ୍ଡଗିରି, ନୂଆପଲ୍ଲୀ, ତମାଣ୍ଡୋ, ଜଟଣୀ, ଚନ୍ଦ୍ରଶେଖରପୁର, ଇନଫୋସିଟି, ନନ୍ଦନକାନନ ଓ ଚନ୍ଦକା ଥାନା ଅଧିନରେ ଥିବା ସମସ୍ତ ରାସ୍ତା ଓ ଛକ ଅନ୍ତର୍ଭୁକ୍ତ ହେବ । ସେହିଭଳି ଏହି ଥାନା ପରିଚାଳନା ପାଇଁ ଜଣେ ଇନ୍ସପେକ୍ଟର, ୧୦ଜଣ ଅଫିସର, ୧୦ଜଣ ହାବିଲଦାର, ୧୪୦ଜଣ କନଷ୍ଟବଲ ଓ ୪ଜଣ ଡ୍ରାଇଭର ନିଯୁକ୍ତ ହେବେ ।