ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏବେ ସରକାରଙ୍କ ବିରୋଧରେ ସରକାରୀ ବାବୁ ମାନେ ଆଉ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ । ଓଡିଶା ସରକାରୀ ଆଚାର ସଂହିତା ୧୯୫୯ ଅନୁଯାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା କିମ୍ବା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ସଂମ୍ପର୍କକୁ ବିଭେଦ କଲା ଭଳି କୌଣସି ପ୍ରତିକ୍ର୍ରିୟା ଦେବାକୁ ସରକାରୀ ବାବୁ ମାନଙ୍କୁ ବାରଣ କରାଯାଇଛି । ଏହି ନିୟମକୁ କିଛି ସରକାରୀ ବାବୁ ମାନେ ଉଲ୍ଲଘଂନ କରିଥିବାରୁ ବର୍ତ୍ତମାନ ଏହାକୁ କଡାକଡି ଭାବେ କାର୍ଯ୍ୟକାରି କରୁଛନ୍ତି ରାଜ୍ୟ ସରକାର ।
ଏହାକୁ ନେଇ ସାଧାରଣ ପ୍ରଶାସନର ପ୍ରମୁଖ ସଚିବ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଏନେଇ ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ସମସ୍ତ ବିଭାଗର ପ୍ରମୁଖଙ୍କ ସହ ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ୍ କରିଛନ୍ତି। ଏହି ନିୟମ ଅନୁସାରେ କୌଣିସି ସରକାରୀ ବାବୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଯଦି କୌଣସି ସରକାରୀ ବାବୁ ଏହି ନିୟମକୁ ଉଲ୍ଲଘଂନ କରିବେ ତେବେ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।