ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରୁ ଦାରିଦ୍ର୍ୟ ହଟାଇବା ପାଇଁ ହେବ ଗବେଷଣା । ରାଜ୍ୟ ସରକାର ଆରମ୍ଭ କରୁଥିବା ଜନହିତକର ଯୋଜନା କିଭଳି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ରାଜ୍ୟ ସରକାର ଗବେଷଣା କରିବେ । ଏହି ଗବେଷଣାର ମୁଖ୍ୟ ରହିବେ ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବା ଅଭିଜିତ ବାନାର୍ଜୀ ଏବଂ ଏସଥର୍ ଡଫଲୋ। ଦାରିଦ୍ର୍ୟ
କିଭଳି ତୃଣମୂଳ ସ୍ତରରୁ ନିରା କରଣ କରାଯାଇ ପାରିବ ଏନେଇ ଏହି ଦୁଇ ନୋବେଲ ବିଜେତା ସରକାରଙ୍କୁ ପରାମର୍ଶ ଦେବେ ।
ଖାରବେଳ ଭବନରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଚୁକ୍ତି ଅନୁସାରେ ଉଭୟ ରାଜ୍ୟରେ ଦାରିଦ୍ର୍ୟ ଦୂରିକରଣ ନେଇ କାର୍ଯ୍ୟକରିବେ ଏବଂ ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେବେ । ସୂଚନାଯୋଗ୍ୟ ଏହି ଦୁଇ ନୋବେଲ ବିଜେତା ପୂର୍ବରୁ ଦାରିଦ୍ର୍ୟ ଦୂରିକରଣ ଉପରେ ବିଭିନ୍ନ ଗବେଷଣା କରି ବିଶ୍ୱ ସ୍ତରରେ ପ୍ରଶଂସିତ ହୋଇଛନ୍ତି । ଏହି ଦୁଇ ଅବିଜ୍ଞତା ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଠାରୁ ଉପଯୁକ୍ତ ପରାମର୍ଶ ନେଇ କାର୍ଯ୍ୟକଲେ ରାଜ୍ୟରେ ଦାରିଦ୍ର୍ୟ ଦୁର ହେବ ବୋଲି ଆଶା ରଖିଛନ୍ତି ।