ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନଭେମ୍ବର ୧ ମାନେ ଆଜିଠାରୁ ପୁଣି ହାଣ୍ଡିଶାଳେ ମହଙ୍ଗା ମାଡ । ଆଜ୍ଞା ହଁ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ପୁଣି ବୃଦ୍ଧି ହୋଇଛି । ଲଗାତର ତିସି ମାସ ହେବ ରନ୍ଧନ ଗ୍ୟାସ ଦରରେ ବୃଦ୍ଧି ହେଉଛି । ଯାହାଦ୍ୱାରା ସାଧାରଣ ଜନତାଙ୍କୁ ବଡ ଝଟକା ଲାଗିଛି । ଦେଶର ପ୍ରମୁଖ ମହାନଗରରେ ବିନା ସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡର ପାଖାପାଖି ୭୬.୫ ଟଙ୍କା ମହଙ୍ଗା ହୋଇଛି ।
ଆଜି ଠାରୁ ଦିଲ୍ଲୀରେ ୧୪.୨ କିଲୋ ର ବିନା ସବସିଡି ଯୁକ୍ତ ସିଲିଣ୍ଡର ପାଇଁ ଆପଣଙ୍କୁ ୬୮୧.୫୦ ଟଙ୍କା ଦେବାକୁ ପଡିବ । ସେହିପରି କୋଲକାତାରେ ଏହାର ଦାମ୍ ୭୦୬, ମୁମ୍ବାଇ ଏବଂ ଚେନ୍ନାଇରେ ୬୫୧ ଏବଂ ୬୯୬ ଟଙ୍କା ରହିଛି । ଅନ୍ୟପଟେ ୧୬ କିଲୋଗ୍ରାମ ସିଲିଣ୍ଡରର ଦାମ୍ ଦିଲ୍ଲୀରେ ୧୨୦୪ ଟଙ୍କା, କୋଲକାତାରେ ୧୨୫୮ ଟଙ୍କା,ମୁମ୍ବାଇରେ ୧୧୫୧.୫୦ ଏବଂ ଚେନ୍ନାଇରେ ଏହାର ଦାମ୍ ୧୩୧୯ ଟଙ୍କା ରହିଛି ।
ଗତ ଅକ୍ଟୋବର ମାସରେ ବି ରନ୍ଧନ ଗ୍ୟାସ ସିଲିଣ୍ଡର ଦରରେ ବୃଦ୍ଧି ହୋଇଥିଲା । ସେହି ସମୟରେ ଦେଶର ପ୍ରମୁଖ ମହାନଗରରେ ବିନା ସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡର ଦର ପାଖାପାଖି ୧୫ ଟଙ୍କା ମହଙ୍ଗା ହୋଇଥିଲା ।
ଅକ୍ଟୋବର ମାସରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିନା ସବସିଡି ଯୁକ୍ତ ସିଲିଣ୍ଡର ପାଇଁ ଉପଭୋକ୍ତାଙ୍କୁ ୬୦୫ ଟଙ୍କା ଦେବାକୁ ପଡୁଥିଲା । ସେହିପରି ମୁମ୍ବାଇ, ଚେନ୍ନାଇ ଏହାର ଦାମ୍ କ୍ରମଶଃ ୫୭୪.୫୦ ଏବଂ ୬୨୦ ଟଙ୍କା ରହିଥିଲା । ଅପରପକ୍ଷେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ଦିଲ୍ଲୀରେ ୧୦୮୫ ଟଙ୍କା ରହିଥିଲା ।