ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆୟକର ରିଫଣ୍ଡ ନାମରେ ହେଉଥିବା ଠକେଇକୁ ରୋକିବା ପାଇଁ ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ) ପକ୍ଷରୁ ଅଲର୍ଟ ଜାରି କରାଯାଇଛି । ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ କୁହାଯାଇଛି କି , ରିଫଣ୍ଡ ପାଇଁ ପଠାଯାଇଥିବା ମେସେଜର ଲିଙ୍କ୍ କୁ କ୍କିକ ନକରନ୍ତୁ ।
ଶୁକ୍ରବାର ଦିନ ଏସବିଆଇ ଏକ ଟ୍ୱିଟ୍ କରି ଇନକମ ଟ୍ୟାକ୍ସ ରିଫଣ୍ଡ ନାମରେ ହେଉଥିବା ଠକେଇ କୁ ନେଇ ଗ୍ରାହକଙ୍କୁ ସାବଧାନ କରିଛି । ଏନେଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି କି , ଏଭଳି କୌଣସି ବି ମେସେଜ୍ ରେ ଦିଆଯାଇଥିବା ଲିଙ୍କ୍ ରେ କ୍ଳିକ ନକରନ୍ତୁ, ଯେଉଁଥିରେ ଆୟକର ରିଫଣ୍ଡ ବିଷୟରେ ରିକ୍ୟୁଷ୍ଟ ଦେବା କଥା କୁହାଯାଇଛି ।
ଏହାବ୍ୟତିତ ବ୍ୟାଙ୍କ ପକ୍ଷରୁ ଆହୁରୀ ମଧ୍ୟ କୁହାଯାଇଛି କି, କୌଣସି ପ୍ରକାରର ବ୍ୟକ୍ତିଗତ ସୂଚନା ସେୟାର କରନ୍ତୁ ନାହିଁ । ଯଦି ଆପଣଙ୍କ ପାଖକୁ ଆୟକର ବିଭାଗ ତରଫରୁ ରିଫଣ୍ଡ କ୍ଳେମ କରିବା ପାଇଁ କୌଣସି ମେସେଜ ଆସୁଛି, ତେବେ ଏହା ଏକ ପ୍ରକାରର ଠକେଇ । ଏନେଇ ତୁରନ୍ତ ପୋଲିସ ଅଧିକାରୀଙ୍କୁ ସୂଚନା ଦିଅନ୍ତୁ ।
ପ୍ରକୃତରେ , କିଛି ଲୋକଙ୍କୁ ଏଭଳି କିଛି ସନ୍ଦେଶ ଆସିିିଛି, ଯେଉଁଥିରେ କୁହାଯାଇଛି କି ମେସେଜରେ ଦିଆଯାଇଥିବା ଲିଙ୍କ୍ ରେ କ୍ଳିକ କରନ୍ତୁ, ଯାହାଫଳରେ ଆପଣ ଆପଣଙ୍କ ଆୟକର ରିଫଣ୍ଡ ବିଷୟରେ ସମସ୍ତ ତଥ୍ୟ ପାଇ ପାରିବେ ।