ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାତକରେ ଯଦି କେତୁ ଅଶୁଭ ସ୍ଥିତିରେ ରହିଥାନ୍ତି ତେବେ ବ୍ୟକ୍ତି ତାଙ୍କ ଜୀବନରେ ଅନେକ ଭୁଲ ନିଷ୍ପତି ନେଇଥାନ୍ତି । ଏହାସହିତ ସେ ଖରାପ ଅଭ୍ୟାସର ଶିକାର ହେବା ସହ ଗମ୍ଭୀର ସ୍ୱାସ୍ଥ୍ୟ ଖରାପରେ ପଡିଥାନ୍ତି ।
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ , କେତୁ ଯୋଗୁଁ ଜନ୍ମ ଜାତକରେ କାଳସର୍ପ ଦୋଷ ବି ରହିଥାଏ । ସେଥିପାଇଁ ଜାତକରେ କେତୁ ଦୋଷ ନିବାରଣ କରିବା ନିହାତି ଜରୁରୀ । ନଚେତ୍ ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଲାଗି ରହିଥାଏ । ଯାହାର ପ୍ରଭାବ ତାଙ୍କ ପରିବାର ଉପରେ ବି ପଡିଥାଏ । ସେଥିଲାଗି କେତୁର ଏହି ଅଶୁଭ ପ୍ରଭାବକୁ ଦୂର କରିବା ପାଇଁ କିଛି ଉପାୟ କରିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ କଣ ରହିଛି ଉପାୟ..
– ଦୁଇ ପକ୍ଷର ତ୍ରୟୋଦଶୀ ତିଥି ବ୍ରତ ରଖନ୍ତୁ ।
– ଭୈରବଙ୍କ ଉପାସନା କରନ୍ତୁ । କଦଳୀ ପତ୍ରରେ ଅନ୍ନ ଭୋଗ ଲଗାନ୍ତୁ ।
– ପ୍ରତିଦିନ ସନ୍ଧ୍ୟାରେ ଚଉଁରା ମୂଳେ ଗୁଆ ଘିଅ ଦୀପ ଜାଳନ୍ତୁ ।
– ରାଶି ଲଡୁ ବିବାହିତ ମହିଳାଙ୍କୁ ଖୁଆନ୍ତୁ ଏବଂ ଦାନ କରନ୍ତୁ ।
– ରବିବାର ଦିନ କନ୍ୟାଙ୍କୁ ମିଠା ଦହି ଏବଂ ହାଲୁଆ ଖୁଆନ୍ତୁ ।
– କୃଷ୍ଣ ପକ୍ଷ ସନ୍ଧ୍ୟାରେ ପ୍ରତିଦିନ ଅନ୍ନରେ ମିଠା ଦହି ଏବଂ କଳାଜିରା ମିଶାଇ ଦାନ କରନ୍ତୁ । ଯଦି ଦାନ ନକରି ପାରୁଛନ୍ତି ତେବେ ତାକୁ ବରଗଛ ମୂଳେ ରଖି କେତୁ ଦୋଷ ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ ।