ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ୮ ତାରିଖରୁ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହୋଇପାରେ । ଉତ୍ତର ଆଣ୍ଡାମାନ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅବପାତର ରୂପ ନେବ । ଯାହାର ପ୍ରଭାବରେ ଆସନ୍ତା ୮ ତାରିଖ ଠାରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୬ ଓ ୭ ତାରିଖ ବେଳକୁ ଆକାଶ ମେଘାଛନ୍ନ ରହିବ।
୮ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ପ୍ରାୟ ୫୦ କି.ମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଉଛି। ତେଣୁ ୫ ତାରିଖ ପୂର୍ବରୁ ଗଭୀର ସମୁଦ୍ର ମଧ୍ୟରୁ ମତ୍ସଜୀବୀମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପାଣିପାଗ ବିଭାଗ ସତର୍କ କରିଛି। ଅନ୍ୟପଟେ ଏବେ ରାଜ୍ୟରେ ଗତ ୨ ଦିନ ହେଲା ସାମାନ୍ୟ ଥଣ୍ଡା ଅନୁଭୂତ ହୋଇଛି । ପାଣିପାଗ ବିଭାଗ ଆକଳନ ଅନୁସାରେ ନଭେମ୍ବର ମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ସୂଚନା ମିଳିଛି ।