କଟକ ( ଏଟିଆର ବ୍ୟୁରୋ): ଆଜି ସକାଳ ପାଖାପାଖି ୪ ଟାରୁ ୫ ଟା ମଧ୍ୟରେ କଟକ ଏସିବି ମେଡିକାଲ ପରିଦର୍ଶନ କରି ଭିତ୍ତିଭୂମି ତଦାରଖ କରିଛନ୍ତି 5-T ସଚିବ ଭିକେ ପାଣ୍ଡିଆନ । ଡାକ୍ତରଖାନାରେ ପାଣ୍ଡିଆନ ଓ ତାଙ୍କ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରି ଆସିଛନ୍ତି । ପାଖାପାଖି ଦେଢ ଘଣ୍ଟାକାଳ ସେ ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହିତ ଆଲୋଚନା କରିଥିଲେ । ଏଥି ସହିତ ଏସସିବିର ବିଭିନ୍ନ କର୍ତ୍ତୃପକ୍ଷଙ୍କୁ ନେଇ ପ୍ରିନ୍ସପାଲ ଅଫିସ ପରିସରରେ ଏକ ବୈଠକ କରିଛନ୍ତି।
ମେଡିକାଲର ଭିତ୍ତିଭୂମିର ଉନ୍ନତି ଲାଗି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ଡାକ୍ତରଖାନାର ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରସ୍ତୁତ ହୋଇଥିବା ଏକ ନକ୍ସାକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି। ପାଣ୍ଡିଆନଙ୍କ ସମେତ ସଚିବ କ୍ରୀଷନକୁମାର, ସ୍ବାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଓ ଏନ.ଆର.ଏଚ.ଏମ ସାଲିନ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ରାଜ୍ୟସରକାର ଲାଗୁ କରିଥିବା ‘ମୋ ସରକାର’ର କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ କିପରି କାର୍ଯ୍ୟ କରୁଛି ସେ ନେଇ ପାଇଁ 5-T ସଚିବ ଭି. କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଗସ୍ତ କରୁଛନ୍ତି।