ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେବଳ ହଜାର କି ଦୁଇ ହଜାର ନୁହେଁ ବିଦ୍ୟୁତ୍ ବିଲ୍ ଆସିଛି ଚାରି ଲକ୍ଷ ଟଙ୍କା । ମାତ୍ର ବିଲ୍ ଅନୁଯାୟୀ ମାସକୁ ୪୨୫ ଟଙ୍କା ବାନ୍ଧୁଛନ୍ତି ବଡବାବୁ । ଆସିଥିବା ଏହି ମୋଟା ଅଙ୍କର ବିଲ୍ କୌଣସି ସାଧାରଣ ଜନତାଙ୍କର ନୁହେଁ । ବରଂ ଉତ୍ତରାଖଣ୍ଡ ପାୱର କର୍ପୋରେଶନ ଲିମିିଟେଡ (ୟୁପିସିଏଲ)ର ଜେନେରାଲ ମ୍ୟାନେଜର ସି.କେ ଟମ୍ଟାଙ୍କର । ଆଜ୍ଞା ହଁ ଜନହିତ ୟାଚିକା ଜରିଆରେ ସାମ୍ନାକୁ ଆସିଥିବା ଅଙ୍କ ମୁତାବକ, ଟମ୍ଟାଙ୍କର ୨୫ ମାସର ବିଦ୍ୟୁତ୍ ବିଲ୍ ଚାରି ଲକ୍ଷ ଟଙ୍କା ଆସିଛି । ହୁଏତ ସେ ବିଲ୍ ଅନୁସାରେ ପ୍ରତ୍ୟେକ ମାସରେ କେବଳ ୪୨୫ ଟଙ୍କା ବାନ୍ଧୁଛନ୍ତି । ଉତ୍ତରାଖଣ୍ଡ ହାଇକୋର୍ଟ ଏହି ପିଟିସନକୁ ଶୁଣାଶି କରିବା ସହ ସି.କେ ଟମ୍ଟାଙ୍କ ଉପରେ ବର୍ଷିଛନ୍ତି । ଏହି ପିଟିସନ୍ ରେ ଅଭିଯୋଗ କରାଯାଇଛି କି ଟମ୍ଟାଙ୍କ ବ୍ୟତିତ ୟୁପିସିଏଲ ର ଅନେକ କର୍ମଚାରୀ ଏବଂ ତାଙ୍କପରିବାର ଲୋକ ବିଦ୍ୟୁତ୍ ବିଲ୍ ବାନ୍ଧିବାର ଗଡବଡି କରୁଛନ୍ତି । ଏହାସହିତ କର୍ମଚାରୀମାନେ ଅବସର ନେବା ପରେ ବି ବିଲ୍ ବାନ୍ଧୁ ନାହାନ୍ତି ।
ଜଷ୍ଟିସ୍ ରମେଶ ରଙ୍ଗନାଥନ ଏବଂ ଜଷ୍ଟିସ୍ ଆଲୋକ କୁମାର ବର୍ମାଙ୍କ ବେଞ୍ଚ ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋର୍ଟକୁ ୟୁପିସିଏଲ ଜବାବ ଦେଇଛନ୍ତି କି ଜେନେରାଲ ମ୍ୟାନେଜରଙ୍କର ଘରେ ୨୦୦୫ ମସିହାରେ ମିଟର ଲଗାଇଥିଲେ । କିନ୍ତୁ ମିଟର ରିଡିଙ୍ଗ ରେକର୍ଡ ନେବା ୨୦୧୫ ରେ ଆରମ୍ଭ ହେଲା । ସେଥିପାଇଁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ପାଇଁ ୨.୭୫ ଟଙ୍କା ଏବଂ ତାଉପରେ ୪୦୦ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ୫.୬୫ ଟଙ୍କା ପ୍ରତି ୟୁନିଟରେ ୟୁପିସିଏଲ ଚାର୍ଜ କରିଥାଏ ।