ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧାର୍ମିକ କଥା ଅନୁସାରେ କୁହାଯାଏ କି ଦେବ ଏବଂ ଦାନବ ଦ୍ୱାରା ହୋଇଥିବା ସମୁଦ୍ର ମନ୍ଥନ ସମୟରେ ଯେଉଁ ଅମୃତ ମିଳିଥିଲା ତାର ପ୍ରଭାବରୁ ହିଁ ତୁଳସୀ ର ଉତ୍ପତି । ସାଧାରଣତଃ ତିନି ପ୍ରକାରର ତୁଳସୀ:- କୃଷ୍ଣ ତୁଳସୀ,ଧଳା ତୁଳସୀ ଏବଂ ରାମ ତୁଳସୀ । ଏଥି ମଧ୍ୟରୁ କୃଷ୍ଣ ତୁଳସୀର ଖୁବ୍ ମହତ୍ୱ ରହିଛି ।
ତୁଳସୀ ସାମ୍ନାରେ ଦୀପ ଜାଳିବାର ମହତ୍ୱ: ତଳସୀ ଗଛ ମୂଳରେ ସନ୍ଧ୍ୟାରେ ଦୀପ ଜାଳିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ବଳବତ୍ତର ହୋଇଥାଏ । ଏହାସହିତ ଘରୁ ନକରାତ୍ମକ ଶକ୍ତି ଦୂର ହୁଏ ।
କାହିଁକ କରାଯାଏ ତଳସୀ ପୂଜା: ହିନ୍ଦୁ ଧର୍ମରେ ତୁଳସୀ ପୂଜନକୁ ସୁଖ ଏବଂ କଲ୍ୟାଣର ପ୍ରତିକ ବୋଲି କୁହାଯାଏ । ସ୍କନ୍ଦ ପୁରାଣ ଅନୁସାରେ ଯେଉଁ ଘରେ ତୁଳସୀ ଗଛ ଥାଏ ଏବଂ ସେହି ଗଛକୁ ପୂଜା କରାଯାଏ ସେହି ଘରେ ଯମଦୂତ କଦାପି ପ୍ରବେଶ କରେ ନାହିଁ । କୁହାଯାଏ କି ଭଗବାନ କୃଷ୍ଣଙ୍କ ଭୋଗରେ ଏବଂ ସତ୍ୟନାରାୟଣ କଥାର ପ୍ରସାଦରେ ତୁଳସୀ ପତ୍ର ବିନା ପ୍ରସାଦ ଅଧୁରା ରହିଥାଏ ।
ଭୁଲ୍ ରେ ବି ଏହି ଦିନ ତୁଳସୀ ପତ୍ର ଛିଡାନ୍ତୁ ନାହିଁ: ତୁଳସୀ ପତ୍ରକୁ ଏକାଦଶୀ, ଚନ୍ଦ୍ରଗ୍ରହଣ ଏବଂ ରବିବାର ଦିନ ଛିଡାଇବା କଥା ନୁହେଁ । ଏହାସହିତ ସୂର୍ଯ୍ୟାସ୍ଥ ହେବା ପରେ ତୁଳସୀ ପତ୍ର ଛିଡାନ୍ତୁ ନାହିଁ ।
କେବେ କରିବେ ତୁଳସୀ ଦର୍ଶନ କରନ୍ତୁ: ସକାଳୁ ସକାଳୁ ତୁଳସୀ ଗଛକୁ ଦର୍ଶନ କରିବା ସୁନା ଦାନ କରିବା ସମାନ ହୋଇଥାଏ । ଘରେ ଲଗା ହୋଇଥିବା ତୁଳସୀ ମନୁଷ୍ୟ ପାଇଁ କଲ୍ୟାଣକାରୀ, ଧନ ପୁତ୍ର ପ୍ରଦାନ କରୁଥିବା, ପୂଣ୍ୟଦାୟିନୀ ତଥା ହରିଭକ୍ତି ସଦୃଶ ହୋଇଥାଏ ।
ତୁଳସୀ ସେବନର ଫାଇଦା: ନିୟମିତ ଖାଲି ପେଟରେ ତୁଳସୀ ସେବନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ । ରକ୍ତ ସଫା ରୁହେ ଏବଂ ଆପଣଙ୍କ କେଶ ଝଡିବା କମ୍ ହୁଏ ।