ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିଠାରୁ ଧର୍ମମାସ କାର୍ତ୍ତିକ ମାସର ପଞ୍ଚୁକ ଆରମ୍ଭ ହୋଇଛି । ଏନେଇ ଆଜି ସକାଳୁ ସକାଳୁ ବିଭିନ୍ନ ଦେବାଦେବୀ ପୀଠ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ସେହିଭଳି ଗାଁ ମାନଙ୍କରେ ସକାଳୁ ସକାଳୁ ମହିଳା ମାନେ ପୂଜାର୍ଚ୍ଚନା କରି ମୁରୁଜ ପକାଇଛନ୍ତି । ତେବେ ଆସନ୍ତୁ ଜାଣିବା ପଞ୍ଚୁକ କ’ଣ ଓ ଏହା କାହିଁକି ପାଳନ କରାଯାଏ । ଓଡିିଆ ଲୋକ କଥାରେ କଥା ରହିଛି ଏହି ପାଞ୍ଚଦିନ ବଗ ବି ଆମିଶ ତ୍ୟାଗ କରିଥାଏ । କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ ।
ପୁରାଣ ଅନୁସାରେ ଯେତେବେଳ ପିତାମହ ଭୀଷ୍ମ ଶର ସର୍ଯ୍ୟାରେ ଥିଲେ ସେତେବେଳେ ସେ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ଏଥିରେ ପ୍ରଶନ୍ନ ହୋଇଥିଲେ । ଶ୍ରୀକୃଷ୍ଣ କହିଥିଲେ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘ୍ୟ କରିବେ ସେମାନେ ମୋତେ ସନ୍ତୁଷ୍ଟ କରିବେ । ସେହିଦିନ ଠାରୁ ଆଜିଠାରୁ ପାଞ୍ଚଦିନ ପର୍ଯ୍ୟନ୍ତ ଏହାକୁ ପଞ୍ଚୁକ ଭାବେ ପାଳନ କରାଯାଇ ଆସୁଛି । ଆହୁରି ଏକ କଥା ରହିଛି କାର୍ତ୍ତିକ ମାସରେ ମା ଲକ୍ଷ୍ମୀ ପୃଥୀବି ଭ୍ରମଣ କରିଥାନ୍ତି । ଏହି ପାଞ୍ଚଦିନ ସକାଳେ ନିଷ୍ଠାର ସହିତ ତୁଳସୀ ଗଛରେ ପାଣିଦେଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ।