ଗଞ୍ଜାମ ( ଏଟିଆର ବ୍ୟୁରୋ): ମୃତ୍ୟୁ ପରେ ବି ସେ ଆଜି ଅମର । ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଦାନ କରି ସେ ଆଜି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲଲସିଂ ଗାଁର ବାବୁଲି ସେଠୀ ଓ ଗୀତାଞ୍ଜଳୀ ସେଠୀଙ୍କ ପୁଅ । ଦୀର୍ଘଦିନ ହେଲା ସପରିବାର ସୁରଜ ସୁରଟରେ ରହି ଆସୁଥିଲେ । ମାତ୍ର ଗତ ୨୯ ତାରିଖ ଦିନ ଏକ ବସ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ସୁରଜ । ଆଇସିୟୁରେ ରହୁଥିଲେ ବି ତାଙ୍କ ବଞ୍ଚିବା ଆଶା କ୍ଷୀଣ ରହିଥିଲା । କାରଣ ତାଙ୍କ ମସ୍ତିସ୍କ ଉପଯୁ୍କ୍ତ ଭାବେ କାମ କରୁନିଥିଲା । ଡାକ୍ତରଙ୍କ ଠାରୁ ପରିବାର ଲୋକ ସମସ୍ତେ ଏକ ପ୍ରକାର ଆଶା ଛାଡି ଦେଇଥିଲେ । ତେବେ ଏହି ସମୟରେ ଡାକ୍ତର ଏକ ପରାମର୍ଶ ଦେଇଥିଲେ ।
ଡାକ୍ତର ସୁରଜଙ୍କ ବାପା ମାଙ୍କୁ ପରାମର୍ଶ ଦେଇଥିଲେ ପୁଅର ଅଙ୍ଗ ପ୍ରତ୍ୟଙ୍ଗ ଦାନ କରିବାକୁ । ଯେଉଁଥିରେ ରାଜି ହୋଇଥିଲେ ସୁରଜଙ୍କ ପରିବାର । ତେବେ ଡାକ୍ତର ମାନେ ପୁଣି ସୁରଜଙ୍କ ଅସ୍ତ୍ରୋପଚାର କରି ତାଙ୍କ ଦେହରୁ ଆଖୀ ,ହୃତପୀଣ୍ଡ, ଫୁସଫୁସ,ଆଦିକୁ ଅଲଗା କରିଥିଲେ । ଏୟାର ଆମ୍ବୁଲାନ୍ସ ଯୋଗେ ଏହାକୁ ୭୨ ମିନିଟ ମଧ୍ୟରେ ମୁମ୍ବାଇର ଏକ ଡାକ୍ତରଖାନାକୁ ନେଇଥିଲେ । ସୂଚନା ଅନୁସାରେ ସୁରଜଙ୍କ ଏହି ଅଙ୍ଗପ୍ରତ୍ୟଙ୍ଗ ୩ ଜଣ, ଲୋକଙ୍କ ଦେହରେ ସଫଳତାର ସହିତ ପ୍ରତିରୋପଣ କରାଯାଇଛି । ସେହିଭଳି ତାଙ୍କ ଆଖି ଦୁଇଟି ମଧ୍ୟ ଅନ୍ୟମାନଙ୍କ ଠାରେ ପ୍ରତିରୋପଣ କରାଯାଇଛି । ତେବେ ସୁରଜଙ୍କ ପରିବାରର ଏହି ମହତ୍ୱପୁର୍ଣ୍ଣ କାର୍ଯ୍ୟକୁ ନେଇ ଏବେ ସାରା ଦେଶରୁ ପ୍ରଶଂସାର ସୁଅ ଛୁଟୁଛି ।