ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୦ ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । କିଂଗ୍ସ ଇଲେଭେନ୍ ପଞ୍ଜାବ ର ମାଲିକ ନେସ୍ ୱାଡିୟା ଗୁରୁବାର ଦିନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କୁ ପ୍ରସ୍ତାବ ପଠାଇଛନ୍ତି । ଯେଉଁଥିରେ କୁହାଯାଇଛି କି ୨୦୨୦ ରେ ଆଇପିଏଲ ର ପ୍ରତ୍ୟେକ ମ୍ୟାଚ୍ ଖେଳାଯିବା ପୂର୍ବରୁ ଜାତୀୟ ସଙ୍ଗୀତ ବାଜିବା ଉଚିତ୍ ।
ବର୍ତ୍ତମାନର ଉପସ୍ଥିତ ସମୟରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ପୂର୍ବରୁ ଜାତୀୟ ସଙ୍ଗୀତ ବାଜିଥାଏ । ନେସ୍ ୱାଡିୟାଙ୍କ ମତରେ ବିଶ୍ୱରେ ଏକ ନମ୍ବର କ୍ରିକେଟ ଲିଗ୍ ରେ ଏହି ନିୟମକୁ ପାଳନ କରାଯିବା ଉଚିତ୍ । ଏହାବ୍ୟତିତ ପଞ୍ଜାବର ସହ-ମାଲିକ ଆଇପିଏଲର ଉଦଘାଟନ ଉତ୍ସବରେ ଭାରି ମାତ୍ରାର ଖର୍ଚ୍ଚକୁ କମ୍ କରିବାକୁ ନେଇ ବିସିସିଆଇକୁ ଉପଦେଶ ଦେଇଛନ୍ତି ।
ୱାଡିୟା କହିଛନ୍ତି, ଏହା ଏକ ବହୁତ ଭଲ ପଦକ୍ଷେପ । ଏହା ମହତ୍ୱପୂର୍ଣ୍ଣ କି ଆମେ କୌଣସି ବି ଉଦଘାଟନ ଉତ୍ସବ କରିବା ନାହିଁ । ମୁଁ ସର୍ବଦା ଉଦଘାଟନ ଉତ୍ସବ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଭାବିଥାଏ । ବିସିସିଆଇକୁ ଯାହା ପଦକ୍ଷେପ ଉଠାଇବା କଥା ତାହା ହେଉଛି ଆଇପିଏଲର ସମସ୍ତ ମ୍ୟାଚ୍ ପୂର୍ବରୁ ଜାତୀୟ ସଙ୍ଗୀତ ବଜାଇବା ଅନିବାର୍ଯ୍ୟ କରିବା ଉଚିତ୍ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଏହି ସମ୍ବନ୍ଧରେ ମୁଁ ପୂର୍ବରୁ ବିସିସିଆଇକୁ ଚିଠି ଲେଖିଥିଲି ଏବଂ ଏବେ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖିଛି । ଇଣ୍ଡିଆନ୍ ସୁପର ଲିଗ୍ ଏବଂ ପ୍ରୋ କବାଡି ଲିଗ୍ ରେ ଜାତୀୟ ସଙ୍ଗୀତ ବଜା ଯାଇଥାଏ । ଏହା ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଆମକୁ ଗର୍ବ କରିବା ଉଚିତ୍ କୁ ଆମ ପାଖରେ ଜାତୀୟ ସଙ୍ଗୀତ ଏବଂ ଭଲ ଲିଗ୍ ରହିଛି ।