ରାଉରକେଲା ( ଏଟିଆର ବ୍ୟୁରୋ): ରାଉରକେଲାରୁ ଗୋଟେ ଠକେଇ ଗୋଷ୍ଠୀକୁ ଧରିବାରେ ସଫଳ ହୋଇଛି ରାଉରକେଲା ପୋଲିସ । ଗତ କିଛି ମାସ ତଳେ ଟାୱାର ବସାଇବାକୁ କହି ୯ ଲକ୍ଷ ଠକି ନେଇଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଏମାନେ ଜିଓ ଟାୱାର ବସାଇବାକୁ କହି ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣା ପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଜୟନ୍ତ ବାନାର୍ଜିି, ପ୍ରିୟାଂଶୁ ଦାସ, ରୋହିତ ସରକାର, ଶୁଭଜିତ ରାହା, ବୁଦ୍ଧ ସରକାର ।
ଏମାନେ ସମସ୍ତେ କୋଲକତାର ବୋଲି ଜଣା ପଡିିଛି । ଏମାନଙ୍କ ଠାରୁ ୭ ଟି ଲାପଟପ, ୧୪୩ ଟି ସିମକାର୍ଡ, ୨୩୪ ଟି ବ୍ୟାଙ୍କ ଚେକ ସମେତ ୧୬ ଟି ହାର୍ଡ ଡିସ୍କ ଜବତ କରିଛି ପୋଲିସ । ସୂଚନାଯୋଗ୍ୟ ବାସନ୍ତୀ କଲୋନୀରେ ଜଣେ ବ୍ୟକ୍ତିଙ୍କ ଠାରୁ କିଛି ଲୋକ ତାଙ୍କ ଘର ଉପରେ ଜିଓ ଟାୱାର ବସାଇ ଦେବାକୁ କହି ତାଙ୍କ ଠାରୁ ୯ ଲକ୍ଷ ୮୪ ହଜାର ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା ।