ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ସକାଳ ୧୦ ଟା ବେଳେ ସୁପ୍ରିମକୋର୍ଟ ପକ୍ଷରୁ ବହୁ ପ୍ରତିକ୍ଷୀତ ଅଯୋଧ୍ୟା ମାମଲାରେ ରାୟ ପ୍ରକାଶ ପାଇଛି । ତେବେ ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏବେ ଶୋସିଆଲ ମିଡିଆ ଉପରେ ତୀକ୍ଷ୍ମ ନଜର ରଖାଯାଇଛି ।
ଜାଣନ୍ତୁ ପୁରା ରିପୋର୍ଟ
୧. ଶୋସିଆଲ ମିଡିଆରେ କୌଣସି ପ୍ରକାର ଉତ୍ତେଜନା ମୂଳକ ପୋଷ୍ଟ ନ କରିବାକୁ ନିର୍ଦେଶ ଦିଆଯାଇଛି ।
୨. ଏବେ ସମସ୍ତଙ୍କ ଆକାଉଣ୍ଟ ଗୁଡିକ ବିଭାଗୀୟ ମନ୍ତ୍ରଣାଳୟ ସହିତ ଯୋଡି ହୋଇ ରହିବ ।
୩. କୌଣସି ବିବାଦୀୟ ମେସେଜ କାହାକୁ କରନ୍ତୁ ନାହିଁ ।
୪. ଶୋସିଆଲ ମିଡିଆରେ କୌଣସି ବିବାଦୀୟ ଫଟୋ ବା ଭିଡିଓ ପୋଷ୍ଟ କରନ୍ତୁ ନାହିଁ ।
୫. ଯଦି ସେମିତି କିଛି ନଜର ଆସେ ବିନା ୱାରେଣ୍ଟରେ ମଧ୍ୟ ଜଣଙ୍କୁ ଗିରଫ କରାଯାଇ ପାରେ ।
୬. ବିବାଦୀୟ ପୋଷ୍ଟକୁ ସାଂଘାତିକ ଅପରାଧ ବୋଲି ବିବେଚନା କରାଯିବ ।