ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦୀର୍ଘ ବର୍ଷ ହେଲା ଲାଗି ରହିଥିବା ଅଯୋଧ୍ୟା ମାମଲାରେ ଗତକାଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଏହି ଅବସରରେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ଦେଶ ଭିତରେ କିଭଳି ଶାନ୍ତି ବଜାୟ ରହିବ ସେ ଉପରେ ଦୃଷ୍ଟି ଦେବାକୁ ପ୍ରଶାସନକୁ ନିର୍ଦେଶ ରହିଛି । ସେହିଭଳି ଓଡିଶା କଥା ଯଦି ଦେଖିବା ଓଡିଶାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇ ପୁରା ପୋଲିସ ବିଭାଗ ସଜାଗ ହୋଇ ରହିଛି ।
ରାଜ୍ୟରେ କେଉଁଠି ଯେଭଳି ହିଂସା ଅଥବା ଅଘଟଣ ନ ଘଟେ ସେଥିପ୍ରତି ଦୃଷ୍ଟି ରଖିବାକୁ ସମସ୍ତ ଏସପିଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦେଶକ ବିଜୟ କୁମାର ଶର୍ମା । ସେ କହିଛନ୍ତି ଓଡ଼ିଶାରେ ଶାନ୍ତିଶୃଙ୍ଖଳା ଏବ˚ ସାମ୍ପ୍ରଦାୟିକ ସଦ୍ଭାବ ରକ୍ଷା କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତ୍ୟେକ ସମ୍ବେଦନଶୀଳ ଜିଲ୍ଲାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲା ଏସପିମାନେ ନିଜେ ସ୍ଥିତିର ତଦାରଖ କରୁଛନ୍ତି। ସୁପ୍ରିମକୋର୍ଟର ରାୟକୁ ସମସ୍ତେ ଗ୍ରହଣ କରିବେ ବୋଲି ଆଶା ଅଛି। ଯିଏ ଶାନ୍ତିଶୃଙ୍ଖଳା ଭଙ୍ଗକରିବ ତାଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।