ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଆନ୍ସ ଜିଓ ତାର ୧୪୯ ଟଙ୍କିଆ ପ୍ରିପେଡ ପ୍ଲାନ୍ ରେ ବଡ ପରିବର୍ତ୍ତନ କରିଛି । ଏହି ପ୍ଲାନ୍ ରେ ନନ୍ ଜିଓ କଲିଂ ର ମିନିଟ୍ ଜୋଡିବା ପାଇଁ କରାଯାଇଛି । ଏହାସହିତ ପ୍ଲାନର ବୈଧତାକୁ ବି ୨୮ ଦିନରୁ ହ୍ରାସ କରାଯାଇ ୨୪ ଦିନ କରାଯାଇଛି । ଏହି ପ୍ଲାନ ଅନୁଯାୟୀ ଏବେ ୟୁଜର୍ସଙ୍କୁ ଅନ୍ୟ ନେଟୱାର୍କ ସହିତ କଥା ହେବା ପାଇଁ ୩୦୦ ମିନିଟ୍ ମିଳିବ ।
ସଂଶୋଧିତ ପ୍ଲାନ ମୁତାବକ, ଏହି ପ୍ଲାନ ନେବା ପରେ ୟୁଜର୍ସଙ୍କୁ ଜିଓ ଟୁ ଜିଓ ଅସୀମିତ, ଅନ୍ୟ ନେଟୱାର୍କ ପାଇଁ ୩୦୦ ମିନିଟ୍, ନିୟମିତ ୧୦୦ ଏସଏମଏସ ଏବଂ ୧.୫ ଜିବି ୪ଜି ଡାଟା ମିଳିବ । ସେପଟେ ପ୍ଲାନକୁ ଜିଓ ଅଲ୍ ଇନ୍ ଅଲ୍ ପ୍ଲାନ୍ ରେ ସାମିଲ କରାଯାଇଛି ।
ସୂଚନାଯୋଗ୍ୟ,ରିଲିଆନ୍ସ ଜିଓର ୧୪୯ ଟଙ୍କିଆ ପ୍ଲାନ ପୂର୍ବରୁ ଅନଲିମିଟେଡ ଜିଓ ଟୁ ଜିଓ ଭଏସ କଲ୍ସ ସହିତ ୨୮ ଦିନର ବୈଧତା ଏବଂ ପ୍ରତିଦିନ ୧.୫ ଜିବି ଡାଟା ହିସାବରେ ସର୍ବମୋଟ ୪୨ ଜିବି ଡାଟା ୟୁଜର୍ସଙ୍କୁ ମିଳୁଥିଲା । କିନ୍ତୁ ଏବେ ଏହି ଡାଟା ହ୍ରାସ ହୋଇ ୩୬ ଜିବି ହୋଇଯାଇଛି ।