ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ଇଂଷ୍ଟାଣ୍ଟ ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପ୍ ଏକ ନୂତନ ଅପଡେଟ ଲଞ୍ଚ କରିଥିଲା । ଏହାପରେ ଏହି ଅପଡେଟ୍ କୁ ନେଇ ସୋସିଆଲ ମିଡିଆରେ ୟୁଜର୍ସ ଅଭିଯୋଗ ଆଣୁଛନ୍ତି କି, ଆପ୍ ଟି ଅପଡେଟ କରିବା ପରେ ଏହା ସ୍ମାର୍ଟଫୋନ୍ ର ବ୍ୟାଟେରୀ ଉପରେ ଖରାପ ପ୍ରଭାବ ପକାଉଛି ।
ୟୁଜର୍ସଙ୍କ ଅଭିଯୋଗ ମୁତାବକ, ନୂତନ ଭର୍ସନ ଲଞ୍ଚ ହେବା ପରେ ଆଇଫୋନ୍ ରେ ସମସ୍ୟା ଉପୁଜିଛି । ସେହିପରି ଆଇଫୋନ୍ ୟୁଜର୍ସଙ୍କ ବ୍ୟତିତ ଆଣ୍ଡ୍ରୋଏଡ ୟୁଜର୍ସ ବି ହ୍ୱାଟସପ୍ ର ନୂତନ ଭର୍ସନ ଅପଡେଟ୍ କରିବା ପରେ ବ୍ୟାଟେରୀ ପ୍ରଭାବିତ ହେଉଛି ।
ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଆଇଫୋନ୍ ପାଇଁ ହ୍ୱାଟ୍ସଆପ୍ ତାର ନୂତନ ଭର୍ସନ ୨.୧୯.୧୧୨ ଜାରି କରିଥିଲା । ଏହି ଭର୍ସନ ଅପଡେଟ କରିବା ପରେ ଫୋନ୍ ରେ ସମସ୍ୟା ଦେଖାଦେଉଛି । କୁହାଯାଉଛି କି ଫୋନ୍ ବ୍ୟାକଗ୍ରାଉଣ୍ଡରେ ସର୍ବଦା ହ୍ୱାଟ୍ସଆପ୍ ଆକ୍ଟିଭ ରହିବା ଯୋଗୁଁ ଏହି ସମସ୍ୟା ଉପୁଜୁଛି ।