କଟକ ( ଏଟିଆର ବ୍ୟୁରୋ) ଆଜିଠାରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଯାହକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ସିଲିଭର ସିଟି । ବାଲିଯାତ୍ରାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ବାଲିଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି । ଆଜିଠାରୁ ଆଠ ଦିନ ଧରି ଲାଗିବ ବାଲିଯାତ୍ରା । ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ଅପରାହ୍ନ ୪ ଟାରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଓଲିଉଡ ଠାରୁ ଆରମ୍ଭ କରି ବହୁ ବଡ ବଡ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥର ବାଲିଯାତ୍ରାରେ ଛୋଟବଡ ମିଶି ୧୫ ଶହ ଷ୍ଟଲ ପଡିଥିବା ଜଣା ପଡିଛି । ଆଜି ସନ୍ଧ୍ୟାରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ୍ କରିବାର କାର୍ୟ୍ୟକ୍ରମ ରହିଛି। ସେହିଭଳି ଭିଡ ନିୟନ୍ତ୍ରଣ ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ ୧୦ଟି ପାର୍କିଂ ସ୍ଥାନ ଘୋଷଣା ହୋଇଛି। ସବୁଠାରୁ ବଡ କଥା ହେଉଛି ଏଥର ବାଲି ଯାତ୍ରାରେ ୫୦୦ ଟି ମୋ ରିକ୍ସା ସହରରେ ଚଳଚଳ କରିବ । ଯେଉଁଥିରେ ସୁରୁଖୁରୁରେ ଯାତ୍ରୀମାନେ ବାଲିଯାତ୍ରା ଦେଖିପାରିବେ । ଏନେଇ ରିକ୍ସା ଚାଳକଙ୍କୁ ସ୍ୱତନ୍ତ୍ର ତାଲିମ ମଧ୍ୟ ଦିଆଯାଇଛି ।