ମୋହନା ( ଏଟିଆର ବ୍ୟୁରୋ): ପୁଣି ଦେଖିବାକୁ ମିଳିଲା ଅନ୍ଧ ବିଶ୍ୱାସର କରୁଣ ପରିଣତି । ଜଣେ ବୃଦ୍ଧଙ୍କୁ ଗଳାକାଟି ହତ୍ୟା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଭାଲିଆ ସାହ ଗାଁରେ । ଖବର ମୁତାବକ ଉକ୍ତ ଗ୍ରାମର ଦସୁ ମଲ୍ଲିକ ନାମକ ଜଣେ ୬୦ ବର୍ଷର ବୃଦ୍ଧଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯାଇଛି । ଏନେଇ ମୃତ ବୃଦ୍ଧଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି ।
ଗାଁରେ ମୃତ ବସୁ କୌଣସି ଲୋକର ଦେହ ଖରାପ ହେଲେ ଚେର ମୂଳି ଔଷଧ ଦେଉଥିଲେ । ହେଲେ ତାଙ୍କର ଏହି କାର୍ଯ୍ୟକୁ କେତେକ ଲୋକ ଗୁଣି ଗାରେଡି କହିବା ସହିତ ତାଙ୍କ ସହିତ ଶତୃତା ରହିଥିଲା । ଏମିତିକି ଏନେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଗତକାଲି ଦସୁ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ କେହି ତାଙ୍କୁ ବେକ କାଟି କରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି ।