କର୍ଣ୍ଣାଟକ ( ଏଟିଆର ବ୍ୟୁରୋ): କର୍ଣ୍ଣାଟକରେ ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ଜଣ ବିଧାୟକ ଆଗକୁ ହେବାକୁ ହେବାକୁ ଥିବା ଉପନିର୍ବାଚନରେ ନିର୍ବାଚନ ଲଢିପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ସେମାନଙ୍କ ଅଯୋଗ୍ୟତା କାଏମ ରଖିଥିଲେ ମଧ୍ୟ ଡିସେମ୍ଭର ୫ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ସେମାନେ ନିର୍ବାଚନ ଲଢି ପାରିବେ ।
ସୂଚନା ଯୋଗ୍ୟ ପୂର୍ବରୁ ଆଣ୍ଟି-ଡିଫେକ୍ସନ୍ ଲ’ ଅଧୀନରେ ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ସମେତ ଚଳିତ ବିଧାନସଭାର କାର୍ୟ୍ୟକାଳ ଶେଷ ହେବା ଯାଏଁ ସେମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି କହିଥିଲେ । ଯାହା ବିରୋଧରେ ବିଦ୍ରୋହୀ ବିଧାୟକ ମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଜଷ୍ଚିସ୍ ଏନ.ବି ରମନ୍ନାଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି।