ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପବିତ୍ର ଶଶୁ ଦିବସ । ଏହି ଅବସରରେ ଆଜି ସ୍କୁଲ କଲେଜ ଗୁଡିକ ଉତ୍ସବ ମୁଖର ହୋଇ ଉଠିଛି । ସେହିଭଳି ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ପବିତ୍ର ଶିଶୁ ଦିବସ ପାଳିତ ହେଉଛି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିନକୁ ସାରା ଭାରତରେ ଶିଶୁ ଦିବସ ଭାବେ ପାଳନ କରାଯାଏ ।
ଆଜି ପଣ୍ଡିତ ଜବାହାର ନେହେରୁଙ୍କ ୧୩୦ ତମ ଜନ୍ମ ଜୟନ୍ତୀ । ନେହେରୁ ପିଲାମାନଙ୍କୁ ସ୍ନେହ ଆଦର କରୁଥିବାରୁ ତାଙ୍କର ଜନ୍ମ ଦିନକୁ ସେ ଶିଶୁ ଦିବସ ଭାବେ ପାଳନ କରୁଥିବାକୁ ଚାହୁଁଥିଲେ । ଜବାହାରଲାଲ ନେହେରୁ ଥିଲେ ବିଚକ୍ଷଣ ରାଷ୍ଟ୍ର ନିତିଜ୍ଞ । ଜବାହରଲାଲ ନେହେରୁ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ଥିଲା ସ୍ୱରୂପରାଣୀ ।