ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଲଢୁଆ ବିମାନ ରାଫେଲକୁ ନେଇ ଲାଗି ରହିଥିବା ଟଣା ଓଟରାରେ ଆଜି କେନ୍ଦ୍ର ସରକାରଙ୍କୁ ଟିକେ ଆସ୍ୱସ୍ଥ କରିଛନ୍ତି ସୁପ୍ରିମକୋର୍ଟ । ରାଫେଲ ମାମଲାର ପୁନଃ ବିଚାର ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମ କୋର୍ଟ । ରାଫେଲକୁ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ରାୟ କାଏମ ରହିିଛି । ଏହି ମାମଲାରେ ପ୍ରାଥମିକ ତଦନ୍ତ କରିବାର ଆବଶ୍ୟକତା ନାହିଁ । ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ । ସେ କହିଛନ୍ତି ରାହୁଲ ଗାନ୍ଧୀ ରାଫେଲ ଦୁର୍ନୀତି ହୋଇଥିବା କହି, ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସେ ପୁରା ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ।
ସେ ଆହୁରି ମଧ୍ୟ କହିଛନ୍ତି ରାହୁଲ ଗାନ୍ଧୀ ରାଫେଲ ପ୍ରସଙ୍ଗରେ ଏକାଧିକ ମିଛ କହି ଦେଶବାସୀଙ୍କ ସହିତ ପ୍ରତିରଣା କରିଛନ୍ତି । ଏମିତିକି ସେ ପ୍ରଧାନମନ୍ତ୍ରୀଙ୍କୁ ଚୋର ମଧ୍ୟ କହିଛନ୍ତି । ତେଣୁ ସେ ନିଜ ନୈତିକତା ଆଧାରରେ ଦେଶବାସୀ ଓ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗନ୍ତୁ । ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, କେହି ଜଣେ ଗୁରୁତ୍ୱପୂର୍ଣ୍ଣ ପଦବଦୀରେ ଥିବା ସମୟରେ ନିଜ ମତ ମନ୍ତବ୍ୟକୁ ନେଇ ଯତ୍ନବାନ ହେବା ଦରକାର। ରାହୁଲ ଗାନ୍ଧୀ ଭବିଷ୍ୟତରେ ଏଭଳି କହିବା ସମୟରେ ସତର୍କ ରହିବା ଦରକାର।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ସୂଚନାଯୋଗ୍ୟ ୧୪ ଡିସେମ୍ବର ୨୦୧୮ ଫଇସଲା ଉପରେ ପୁର୍ନବିଚାର କରିବାର ଦାବି ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।