ଭଦ୍ରକ ( ଏଟିଆର ବ୍ୟୁରୋ): ଟ୍ରେନରେ ଜଣେ ମହିଳା ଏକକାଳୀନ ତିନୋଟି ପିଲା ପ୍ରସବ କରିଛନ୍ତି । ତେବେ ନିତି ଜଣ ଶିଶୁ ପୁତ୍ର ରହିଥିଲେ । ମାତ୍ର ତିନି ପିଲାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣଙ୍କ ଗୌହାଟି ବାଙ୍ଗାଲୁର ଏକ୍ସପ୍ରେସରେ ଯାତ୍ରା କରିବା ସମୟରେ ପ୍ରସବ ହୋଇଛି । ସେ ଜଣେ ସମ୍ପର୍କୀୟଙ୍କ ସହିତ ଅସାମ ଯାଉଥିଲେ । ଆଜି ଟ୍ରେନରେ ଯାତ୍ରା କରୁଥିବା ବେଳେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ଏଥିପାଇଁ ଟ୍ରେନକୁ ଭଦ୍ରକ ଷ୍ଟେସନରେ ଅଟକା ଯାଇଥିଲା ।
ଭଦ୍ରକ ଷ୍ଟେସନରେ ମହିଳା ଜଣଙ୍କ ତିନିଟି ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରସବ ମହିଳା ଜଣଙ୍କ ଏବେ ସୁସ୍ଥ ଥିବା ଜଣା ପଡିଛି । ତେବେ ଘଟଣାକୁ ନେଇ ଭଦ୍ରକ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।