ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁବ୍ ଶୀଘ୍ର ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜିକ ବୁଝା ମଣା ହେବାରେ ସମ୍ଭାବନା ରହିଛି । ଆଗାମୀ ସପ୍ତାହରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏକ ପ୍ରତିନିଧିମଣ୍ଡଳ ଭାରତ ଆସିବେ । ଏହି ପ୍ରତିନିଧିମଣ୍ଡଳ ଦୁଇ ଦେଶ ମଧ୍ୟରେ ଥିବା ବ୍ୟବସାୟିକ ବୁଝା ମଣାକୁ ଅନ୍ତିମ ରୂପ ଦେବେ । ଭାରତ ଏବଂ ଆମେରିକା ମଧ୍ୟରେ ଏପର୍ଯ୍ୟନ୍ତ ବାଣିଜ୍ୟ ର ଯେଉଁ କଥା କୁ ନେଇ ସହମତି ହୋଇନାହିଁ ତାହାକୁ ବି ସମାଧନ କରାଯିବ ବୋଲି କୁହାଯାଉଛି ।
ସେପଟେ ଏହି ମାମଲାରେ ବାଣିଜ୍ୟ ଏବଂ ଉଦ୍ଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟଲ ନଭେମ୍ବର ୧୨ ରୁ ୧୪ ଯାଏଁ ଆମେରିକା ଗସ୍ତରେ ଯାତ୍ର କରିଥିଲେ । ସେଠାରେ ସେ ରବର୍ଟ ଲାଇଟହାଇଜରଙ୍କୁ ଭେଟି ବାଣିଜ୍ୟର ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ସରକାରୀ ସୂତ୍ର ମୁତାବକ ଦୁଇ ଦେଶ ମଧ୍ୟରେ ଯେଉଁ ବିଷୟକୁ ନେଇ ଚିନ୍ତା ରହିଥିଲା ସେନେଇ ଆଲୋଚନା ହୋଇଛି । ଦୁଇ ଦେଶ ମଧ୍ୟରେ ଏବେ ବାଣିଜ୍ୟ ବୁଝାମଣା ଅନ୍ତିମ ସ୍ଥିତିରେ ରହିଛି ।
ଗତମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ଗସ୍ତରେ ଯାଇଥିଲେ । ଯେଉଁଠି ସେ କହିଥିଲେ କି ଚୀନରୁ ବାହାରି ଭାରତରେ ନିବେଶ କରିବାର ଇରାଦା ରଖିଥିବା କମ୍ପାନୀ ପାଇଁ ନୀତି ବନାଇବେ ।