ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜିଠାରୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ସମସ୍ତ ଆଞ୍ଚଳିକ ଦଳ ଓ ଜାତୀୟ ଦଳ ସେମାନଙ୍କ ଏଜେଣ୍ଡା ପ୍ରସ୍ତୁତ କରି ସାରିଲେଣି । ବିରୋଧୀ କେଉଁ ସବୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ତାହା ମଧ୍ୟ ସ୍ଥିର ହୋଇ ରହିଛି । ଏହି ଅବସରରେ ଆଞ୍ଚଳିକ ଦଳ ବିଜେଡି ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ବିଜେଡି ସାଂସଦ ମାନେ ଏଥର କେଉଁ ପ୍ରସଙ୍ଗକୁ ମୁଦ୍ଦା କରିବେ ତାହା ଉପରେ ନଜର ରହିଛି ।
ସୁତ୍ରର ଖବର ଅନୁସାରେ ଏଥର ବିଜେଡି ପୁଣି ବିଧାନ ପରିଷଦ ଗଠନ କରିବା ନେଇ ଦାବି ଉଠାଇ ପାରେ । ସେହିଭଳି ବିଜେପି ମଧ୍ୟ ଗୃହରେ ସ୍ମୀତାରାଣୀ କେସ ଉଠାଇବ ବୋଲି ସୂଚନା ମିଳିଛି । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଏଥର ଗୃହରେ ୩୫ ଟି ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରାଯିବ । ଯେଉଁଥିରେ ନାଗରିକ ସଂଶୋଧନ ବିଧେୟକ ମଧ୍ୟ ରହିଛି । ସୂଚନାଯୋଗ୍ୟ ଅଧିବେଶନ ଆରମ୍ଭ ପୂର୍ବରୁ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଥିରେ ୨୮ ଟି ବିଭିନ୍ନ ଦଳ ଭାଗ ନେଇଥିଲେ । ଏହି ଅବଧିବେଶନ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ।