ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ-୨ ର ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ହାର୍ଡ ଲାଣ୍ଡିଂ କରିଥିଲା ବୋଲି ସଂସଦରେ ଭାରତ ସରକାର ସୂଚନା ଦେଇଛନ୍ତି । ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଲା ବେଳକୁ ତାର ଗତି ନିର୍ଦ୍ଧାରିତ ମାନକ ଅନୁସାରେ ନଥିଲା । ଏହାସହିତ ଚନ୍ଦ୍ରପୃଷ୍ଠରୁ ୫୦୦ ମିଟର ଉପରୁ ବକ୍ରମ ମାଡ ହୋଇଛି । ଏନେଇ ସଂସଦରେ ଅନ୍ତରୀକ୍ଷ ବିଭାଗର ପ୍ରଭାରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି ଲାଣ୍ଡିଂ କରାଯିବାର ପ୍ରଥମ ଫେଜ୍ ରେ ବିକ୍ରମ ଚନ୍ଦ୍ରପୃଷ୍ଠର ୩୦ କି.ମି ରୁ ୭.୪ କି.ମି ଉଚ୍ଚ ଯାଏଁ ଆସିବା ପର୍ଯ୍ୟନ୍ତ ସ୍ଥିତି ସାମାନ୍ୟ ଥିଲା । ଏହି ସମୟରେ ବିକ୍ରମର ବେଗ ବି ୧୬୮୩ ମିଟର ପ୍ରତି ସେକେଣ୍ଡରୁ ହ୍ରାସ ହୋଇ ୧୪୬ ମିଟର ହୋଇଯାଇଥିଲା ।
ସେହିପରି ଦ୍ୱିତୀୟ ଫେଜ୍ ରେ ଲାଣ୍ଡର ବିକ୍ରମର ବେଗ ପୂର୍ବ ନିର୍ଦ୍ଧାରିତ ସମୟ ଅପେକ୍ଷା ବହୁତ ଅଧିକ ରହିଥିଲା । ଲାଣ୍ଡରର ଏହି ଅସାମାନ୍ୟ ବ୍ୟବହାର ପାଇଁ ପରିସ୍ଥିତିରେ ପରିବର୍ତ୍ତନ ଆସିଥିଲା । ଯେଉଁଥିପାଇଁ ଚନ୍ଦ୍ରପୃଷ୍ଠରେ ବିକ୍ରମ ହାର୍ଡ ଲାଣ୍ଡିଂ କରିଥିଲା ।
ଏହି ଅଭିଯାନ ଅବସରରେ ଇସ୍ରୋକୁ ଚନ୍ଦ୍ରଯାନ ର ଲଞ୍ଚିଂ, ତାର ଅର୍ବିଟର ବଦଳାଇବା, ଲାଣ୍ଡରରୁ ଅର୍ବିଟର ଅଲଗା ହେବା, ଡି ବୁଷ୍ଟିଂ ଭଳି ଅନେକ ଜିନିଷରୁ ସଫଳତା ମିଳିଛି । ଇସ୍ରୋର ଏହି ଅନୁଭବ ଆଗାମୀ ମିଶନରେ କାର୍ଯ୍ୟକାରୀ ହେବ ।