ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ୱାମୀର ଦୀର୍ଘ ଜୀବନ କାମନା କରି ସ୍ତ୍ରୀଟି କରିଥାଏ ଅନେକ ପୂଜା ଅର୍ତ୍ତନା । ଆପଣ ଅନେକ ସମୟରେ ପାରିବାରିକ କଳହରୁ ସ୍ୱାମୀ ସ୍ତ୍ରୀର ହତ୍ୟା କରିଥିବା କଥା ଶୁଣିଥିବେ । ହେଲେ କେବେ କେଉଁ ସ୍ତ୍ରୀ ତାହାର ସ୍ୱାମୀକୁ ହତ୍ୟା କରିଥିବାର ଘଟଣା ଶୁଣିଛନ୍ତି କି । ଭଞ୍ଜନଗରର ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ପାରିବାରିକ କଳହକୁ କେନ୍ଦ୍ର କରି ଘଟିଛି ଏହିଭଳି ଏକ ଅଭାବନୀୟ ହତ୍ୟା କାଣ୍ଡ । ସ୍ତ୍ରୀ ନିଜ ଭାଇ ସାଙ୍ଗରେ ମିଶି ହତ୍ୟା କରିଛି ସ୍ୱାମୀକୁ ।
ମିଳିଥିବା ସୂଚନା ମୁତାବକ, ଭଞ୍ଜନଗରର ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ ଟୁଲୁ ପ୍ରଧାନ ପ୍ରଥମାଷ୍ଟମୀ ପାଳନ କରିବା ପାଇଁ ଶଶୁର ଘରକୁ ଯାଇଥିଲେ । ତେବେ ରାତ୍ରିରେ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇ ଯାଇଥିଲା । ଏହି ବଚସାରେ ଅଧିକ ଉକ୍ଷିପ୍ତ ହୋଇ ସ୍ତ୍ରୀ ନିଜ ଭାଇ ସହ ମିଶି ଏକ ଧାରୁଆ ଅସ୍ତ୍ରରେ ଟୁଲୁଙ୍କୁ ହତ୍ୟା କରିଥିଲେ । ହତ୍ୟାକାଣ୍ଡ କରିସାରବା ପରେ ଭାଇ ଓ ଭଉଣୀ ମିଶି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଏହି ବାବଦରେ ଏକ ମାମଲା ରୁଜୁ କରିବା ସହ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।