ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏକ ସତ୍ୟ ଘଟଣାକୁ ନେଇ ଆଧାରିତ ଓଡିଆ ଚଳଚ୍ଚିତ୍ର “ଛବିରାଣୀ’’ ଆସନ୍ତା କାଲି ଆମେରିକାର ବୋଷ୍ଟନ ସହରରେ ପ୍ରଦର୍ଶିତ ହେବ । ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ଏହି ସିନେମାକୁ ସେଠାରେ ପ୍ରଦର୍ଶିତ କରୁଛନ୍ତି । ପାଖାପାଖି ୨୦୦୦ ପ୍ରବାସୀ ଭାରତୀୟ ଏହି ସିନେମା ସେଠାରେ ଉପଭୋଗ କରିବେ । ଜଗତସିଂହପୁର ଜିଲ୍ଲାର ଛବିରାଣୀ ହତ୍ୟାକାଣ୍ଡକୁ ନେଇ ସିନେମାଟି ଗତିଶୀଳ ହୋଇଛି । ଏଥିରେ ଏକ ନିଚ୍ଛକ ସତ୍ୟକାହାଣୀ ଦର୍ଶକ ଦେଖିବାକୁ ପାଇବେ ।
କିଭଳି ଜଣେ ସାମ୍ବାଦିକର ସତ ଖବର ପରିବେଷଣ ପାଇଁ ଅଡୁଆରେ ପଡେ, ଖବର ଟିଏ ପାଇଁ ନିଜ ସ୍ତ୍ରୀ ଗଣଦୁଷ୍କର୍ମର ଶୀକାର ହୁଏ , ତାକୁ ନିର୍ମମ ଭାବେ ହତ୍ୟା କରାଯାଏ ତାହା ଏଥିରେ ଦେଖିବାକୁ ମିଳିବ । ସିନେମାଟିକୁ ବବି ଇସଲାମ ପ୍ରଯୋଜନା କରିବା ସହିତ ନିର୍ଦେଶନା ଓ ଚିତ୍ରନାଟ୍ୟ ସଂଳାପ ଲେଖିଛନ୍ତି ।