ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରବିବାର ସୂର୍ଯ୍ୟଦେବଙ୍କୁ ଆରଧନା କରାଯାଇଥାଏ । କୁହାଯାଏ ଯେଉଁ ବ୍ୟକ୍ତି ହୃଦୟରୁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ଘ୍ୟ ଦେଇଥାନ୍ତି । ସେ ତାଙ୍କ ଜୀବନରେ କୌଣସି ପ୍ରକାରର ଅସୁବିଧାର ସାମ୍ନା କରନ୍ତି ନାହିଁ । ବିଶ୍ୱାସ ରହିଛି କି ସୁର୍ଯ୍ୟ ଦେବଙ୍କ ପୂଜା କରିବା ଦ୍ୱାରା ଆପଣଙ୍କ ଘରର ଦାରିଦ୍ର୍ୟତା ଦୂର ହୁଏ ଏବଂ ମାନ ସମ୍ମାନ ବୃଦ୍ଧି ହୋଇଥାଏ । କେବଳ ଏତିକି ନୁହେଁ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବା ପାଇଁ ସୂର୍ଯ୍ୟ ଦେବଙ୍କୁ ପୂଜା କରାଯାଇଥାଏ ।
ଶାସ୍ତ୍ର ଅନୁସାରେ, ଯଦି ସୂର୍ଯ୍ୟ ଦେବ ତାଙ୍କ ଭକ୍ତ ଉପରେ ପ୍ରସନ୍ନ ହୋଇଥାନ୍ତି ତେବେ ତାଙ୍କ ଜୀବନରେ ଆସିବାକୁ ଥିବା ସମସ୍ତ ଶଙ୍କଟ ଦୂର ହୋଇଥାଏ । ସେଥିପାଇଁ ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ଘ୍ୟ ଦେବାର ବିଶେଷ ମହତ୍ୱ ରହିଛି ।
ରବିବାର ଦିନ ସୂର୍ଯ୍ୟ ଦେବଙ୍କ ପୂଜାର୍ଚ୍ଚନା କରିବା ସହ ବ୍ରତ ରଖିବା ନିହାତି ଜରୁରୀ । ଏହାସହିତ ସକାଳୁ ଉଠି ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଉପରେ ସୂର୍ଯ୍ୟ ଦେବଙ୍କ କୃପା ଲାଭ ହେବ ଏବଂ ଭାଗ୍ୟ ଚମକି ଉଠିବ ।
ଜଳ ଅର୍ପଣ କରିବାର ବିଧି:
ରବିବାର ସକାଳୁ ଉଠି ସ୍ନାନ ସାରି ଧୂଆ ବସ୍ତ୍ର ପିନ୍ଧନ୍ତୁ । ଏହାପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ଘ୍ୟ ଦେବାର ପ୍ରସ୍ତୁତି କରନ୍ତୁ । ଧ୍ୟାନ ରଖିଥିବେ କି ଆପଣ ଯେଉଁ ଢାଳରେ ଜଳ ଅର୍ପଣ କରୁଛନ୍ତି ତାହା ଯେପରି ତମ୍ବାର ଢାଳ ହୋଇଥିବ । । ଭୁଲ୍ ରେ ବି ଅନ୍ୟ କୌଣସି ଧାତୁରେ ତିଆରି ଢାଳରେ ଜଳ ଅର୍ପଣ କରନ୍ତୁ ନାହିଁ । ଏହାପରେ ସେହି ତମ୍ବା ଢାଳରେ ଥିବା ଜଳରେ ପୁଷ୍ପ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ ।