ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ସାରା ଦେଶରେ ବେକାରୀ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନିଯୁକ୍ତି ସୁଯୋଗ ସୃଷ୍ଟିରେ ଅଭାବ ହେଉ ଅବା ଦକ୍ଷତା ବିକାଶରେ ଅଭାବ । କୋଉଠି ନାଁ କୋଉଠି ତୃଟି ଯୋଗୁ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେ ଯାହା ବି ହେଉ ଏବେ ବେକାରୀରେ ଓଡିଶା ସବୁଠାରୁ ଆଗରେ ରହିଛି । ଭାରତ ସରକାରଙ୍କ ଏନଏସ ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଏହା ଜଣା ପଡିଛି । ସର୍ଭେ ରିପୋର୍ଟ ଅନୁସାରେ ପ୍ରତି ୧୦ ଜଣ ଆଶାୟୀଙ୍କ ମଧ୍ୟରେ ୩ ଜଣ ରହିଛନ୍ତି ବେକାର ।
ଶେଷ ତିନିମାସର ରିପୋର୍ଟ ଅନୁସାରେ ପୁରୁଷ ବେକାରୀଙ୍କ କ୍ଷେତ୍ରରେ ଓଡିଶା ଆଗରେ । ତଥ୍ୟ କହୁଛି ବେକାର ପୁରୁଷ ୩୨ ପ୍ରତିଶତ ରହିଥିବା ବେଳେ ବେକାରୀ ମହିଳା ୩୯.୨ ରହିଛି । ସମୁଦାୟ ୩୩.୮ ପ୍ରତିଶତ ବେକାରୀ ଓଡିଶାରେ । ୧୫ ରୁ ୨୯ ବର୍ଷ ଆଶାୟୀ ଯୁବକଙ୍କ କ୍ଷେତ୍ରରେ ଅନ୍ୟରାଜ୍ୟକୁ ପଛରେ ପକାଇ ଓଡିଶା ଆଗରେ ରହିଛି । ସେହିଭଳି ରାଜ୍ୟରେ ମହିଳା ବେକାରୀଙ୍କ କଥା ଯଦି ଦେଖିବା ମହିଳାଙ୍କ କ୍ଷେତ୍ରରେ ଓଡିଶା ୫ମ ସ୍ଥାନରେ ରହିିଛି । ତେବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବା ଆରମ୍ଭ କରି ଦେଇଛନ୍ତି ।