ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସରକାରୀ ତେଲ କମ୍ପାନୀ ତଥା ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍ (ବିପିସିଏଲ)ର ଘରୋଇ କରଣକୁ ନେଇ ପାଖାପାଖି ୧୨ ହଜାରରୁ ଅଧିକ କର୍ମଚାରୀ ଗୁରୁବାର ଦିନ ହରତାଳ କରିବେ । କର୍ମଚାରୀଙ୍କ କହିବାନୁଯାୟୀ, ଯଦି ସରକାର ବିପିସିଏଲ ର ଘରୋଇ କରଣ ଉପରେ ପୁର୍ନବିଚାର ନକରନ୍ତି ତେବେ ଆମେ ଅନ୍ୟ ତେଲ କମ୍ପାନୀର କର୍ମଚାରୀଙ୍କ ସହ ମିଶି ହରତାଳ କରିବୁ, ଯାହା ଦୀର୍ଘ ଦିନ ଯାଏଁ ଚାଲିବ ।
ବିପିସିଏଲ ର ପ୍ରବକ୍ତା କହିଛନ୍ତି, ବିପିସିଏଲ କର୍ମଚାରୀ ୟୁନିୟନ ପକ୍ଷରୁ ଏକ ହରତାଳ ନୋଟିସ୍ ଦିଆଯାଇଛି । ନଭେମ୍ବର ୨୮ରେ ହରତାଳ କରିବାର ଯୋଜନା ରହିଛି ।
ରିପୋର୍ଟ ମୁତାବକ, ଆର୍ଥିକ ମାମଲାର ମନ୍ତ୍ରୀମଣ୍ଡଳ ସମିତି ପକ୍ଷରୁ ନଭେମ୍ବର ୨୦ରେ ବିପିସିଏଲରେ ସରକାରୀ ଅଂଶ ବିକିବା କଥା କୁହାଯାଇଥିଲା । ଏହି ବିକ୍ରି ପ୍ରକ୍ରିୟାରେ ବୋଲି ଲଗାଇବା ପାଇଁ ଏକ୍ସପ୍ରେସନ୍ ଅଫ୍ ଇଂଟ୍ରେଷ୍ଟ ଜମା କରିବାକୁ ପଡିବ । କୁହାଯାଉଛି କି ବିପିସିଏଲର ଘରୋଇକରଣ ଦ୍ୱାରା ଗ୍ଲୋବାଲ ଏନର୍ଜିର ବଡ କମ୍ପାନୀଗୁଡିକୁ ଆକର୍ଷିତ କରିବାର ଆଶା ରହିଛି ।
ବିକ୍ରିରୁ ପ୍ରାପ୍ତ ଆୟ ବି ସରକାରଙ୍କ ପାଇଁ ରାଜକୋଷୀୟ ଘାଟାକୁ କମ କରିବା ଲାଗି ମହତ୍ୱପୂର୍ଣ୍ଣ ହେବ । ଯେଉଁଥିରେ ସରକାରୀ ଖଜଣାର ଦର ୧.୪୫ ଟ୍ରିଲିଅନ ହେବ । ସରକାରଙ୍କ ପକ୍ଷରୁ କମ୍ପାନୀର ୫୩.୩% ଅଂଶ ବିକ୍ରି କରିବାର ଯୋଜନା କରାଯାଇଛି । ଯାହା ହାରାହାରି ୬୦ ହଜାର କୋଟି ହୋଇପାରେ ।