ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ଆଦେଶ ଦେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନାବିସ । ଏହା ସହ ଇସ୍ତଫା ଦେବା ପୂର୍ବରୁ ଫଡନାବିସ ଶିବସେନାକୁ କଡା ସମାଲେଚନା କରିଛନ୍ତି । ଶିବସେନା-ଏନସିପି-କଂଗ୍ରସ ମେଣ୍ଟ ସରକାରଙ୍କ ଗଠନ କରିବା ପାଇଁ ବିଧାୟକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାର କିଛି ସମୟ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାର ଇସ୍ତଫା ଦେଇଛନ୍ତି ।
ଅନ୍ୟ ପଟେ ଗତକାଲି ଶିବସେନା,ଏନସିପି ଓ କଂଗ୍ରସର ୧୬୨ଜଣ ବିଧାୟକଙ୍କ ପରେଡ କରାଇ ଶକ୍ତି ପ୍ରଦର୍ଶନ କରାଇଥିଲା । ମହାରାଷ୍ଟ୍ର ନିର୍ବାଚନ ସରିବା ପରେ କିଏ ସରକାର ଗଠନ କରିବ ସେନେଇ ବହୁ ନେତା ଓ ଦଳ ମାନଙ୍କ ମଧ୍ୟରେ ଆଲୋଚନା କରାଯାଉଥିଲା । ତେବେ ବିଜେପି ଓ ଶିବସେନା ମିଶି ସରକାର ଗଠନ କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡି ନଥିଲା । ଫଳରେ ଶିବସେନା ଓ ବିଜେପି ସରକାର ସରକାର ଗଠନ କରି ପାରିନଥିଲେ । ଏହାପରେ ରାଷ୍ଟ୍ରପତି ଶାସନ ଲଗୁ ହୋଇଥିଲା ।