ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ପ୍ରାୟତ ସମସ୍ତ କାର୍ଯ୍ୟରେ ଆଧାର କାର୍ଡକୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯାଉଛି । ଏମିତି କି ଭୋଟ କେନ୍ଦ୍ରରେ ମଧ୍ୟ ଆଧାର କାର୍ଡକୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯାଉଛି । ଏବେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁର ଆଧାରକାର୍ଡ କରାଯିବ ।
ଯାହାକୁ ଦୃଷ୍ଟିରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଣିକି ଡାକ୍ତରଖାନା ଓ ଅଙ୍ଗନୱାଡି କେନ୍ଦ୍ରରେ ଆଧାରକାର୍ଡ ଖୋଲିବା ପାଇଁ ଖସଡା ପ୍ରସ୍ତୁତ ହୋଇଛି । ଆଧାରେ ଡିଜିଙ୍କ ସହିତ ଆଲୋଚନା ପରେ ଆଇଟି ସଚିବ ଏହି ସୂଚନା ଦେଇଛନ୍ତି ।