ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ନୌସେନା ପ୍ରମୁଖ ଆଡମିରଲ ସୁଶୀଲ କୁମାରଙ୍କ ପରଲୋକ ଘଟିଛି । ଆଜି ଦିଲ୍ଲୀରେ ସେ ତାଙ୍କ ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି । ସେ ୧୯୯୮ ରୁ ୨୦୦୦ ମଧ୍ୟରେ ଭାରତୀୟ ନୌସେନାର ପ୍ରମୁଖ ଥିଲେ ।
ଏହାସହିତ ସେ ୧୯୬୫ ଏବଂ ୧୯୭୧ ରେ ପାକିସ୍ତାନ ବିରୋଧରେ ଯୁଦ୍ଧ ବି ଲଢିଥିଲେ । ସେ ଗୋଆ ମୁକ୍ତି ସଂଗ୍ରାମରେ ବି ସାମିଲ ଥିଲେ । ତାଙ୍କର ରଣକୌଶଳକୁ ଦୃଷ୍ଟିରେ ରଖି ତାଙ୍କୁ ପରମ ବିଶିଷ୍ଟ ସେବା ପୁରସ୍କାର, ଉତ୍ତମ ଯୁଦ୍ଧ ସେବା ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।
ଅପରପକ୍ଷେ ଜୁଲାଇ ମାସରେ ପ୍ରକାଶିତ ତାଙ୍କ ପୁସ୍ତକରେ ସେ ଖୁଲାସା କରିଥିଲେ କି, ସଂସଦରେ ହୋଇଥିବା ହମଲା ପରେ ଜରୁରୀକାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ ଭଳି ପିଓକେ ଏୟାର ଷ୍ଟ୍ରାଇକର ଯୋଜନା କରିଥିଲେ ।