ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲଗାତର ଦ୍ୱିତୀୟ ଥର ପାଇଁ ଓଡିଶାରେ ହେବ ପୁରୁଷ ହକି ବିଶ୍ୱକପ । ପ୍ରଥମ ଥର ପାଇଁ ଲଗାତର ଦୁଇ ଥର ଭାବେ ହକି ବିଶ୍ୱ କପର ଭେନ୍ୟୁ ଗୋଟିଏ ଦେଶରେ ଆୟୋଜିତ ହୋବାକୁ ଯାଉଛି । ଯାହାକି ହକି ବିଶ୍ୱ କପରେ ଇତିହାସ ସୃଷ୍ଟି କରିଛି । ଗତ କାଲି ୨୦୧୮ ରେ ହୋଇଥିବା ହକି ବିଶ୍ୱକପକୁ ବର୍ଷ ପୂରିଛି । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମ ରେ ଏକ ରଙ୍ଗାରଙ୍ଗ କର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ୨୦୨୩ ମହିହାରେ ପୁରୁଷ ହକି ବିଶ୍ୱ କପ ଓଡିଶାରେ ଆୟୋଜିତ ହେବ ବୋଲି କହିଥିଲେ । ଏହା ସହ ହକିର ଏନ୍ତୁଡି ଶାଳ କୁହାଯାଇ ଥିବା ସୁନ୍ଦରଗଡ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ହକି ଟ୍ରେନିଂ ସେଣ୍ଟର ଖେଳିବା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବର୍ଷକ ମଧ୍ୟରେ ସୁନ୍ଦରଗଡରେ ଯେଉଁଭଳି ଟ୍ରେନିଂ ର୍ଟଫ ତିଆରି କରାଯିବ ତାହା ୟୁରୋପରେ ମଧ୍ୟ ନାହିଁ ।
ତେବେ ହକି ବିଶ୍ୱ କପ ଆୟୋଜନ କରିବା ପାଇଁ ବିଡିଂ ହୋଇଥିଲା । ଯେଉଁଥିରେ ଭାରତ, ବେଲଜିୟମ ଓ ମାଲେସିଆ ଥିଲେ । ଶେଷରେ ଭାରତ ଏହି ବିଡିଂକୁ ଜିତି ଥିଲା । ଏହା ପରେ ହକି ଇଣ୍ଡିଆ ଓଡିଶାକୁ ପାର୍ଟନର ହିସାବରେ ଚୟନ କରିଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସହ ରାଉକେଳାରେ ହକି ମ୍ୟାଚ କରିବା ପାଇଁ ହକି ଇଣ୍ଡିଅ।।କୁ ପ୍ରସ୍ତାବ ଦେଇଥିଲେ । ଯେଉଁଥିରେ ହକି ଇଣ୍ଡିଆ ରାଜି ହୋଇଥିଲା । ତେବେ ଗତ କାଲି କଳିଙ୍ଗ ଷ୍ଟାଡିୟମରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ରେ ହୋଇଥିବା ହକି ବିଶ୍ୱ କପର ଏକ ଡକ୍ୟୁମେର୍ଣ୍ଟାରୀ ଓ ଏକ କପି ଟେବୁଲ ବୁକ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରିଡା ମନ୍ତ୍ରୀ ତୁଷାରିକାନ୍ତୀ ବେହେରା ଓ ଅନ୍ତ ର୍ଜାତୀୟ ହକି ଫେଡେସନର ସଭାପତି ନରେନ୍ଦ୍ର ବାତ୍ରା ଉପସ୍ଥିତ ଥିଲେ ।