ମୁମ୍ବାଇ ( ଏଟିଆର ବ୍ୟୁରୋ): ବଲିଉଡ ବିଗବି ଅମିତାଭ ବଚ୍ଚନ ଖୁବ ଶୀଘ୍ର ଅଭିନୟ ଦୁନିଆରୁ ଅବସର ନେଇ ପାରନ୍ତି । ବୟସାଧିକ କାରଣ ଯୋଗୁ ଶରୀର ଆଉ କାମ କରିବାକୁ ସହଜ ଅନୁଭବ କରୁନାହିଁ । ବ୍ଲଗରେ ଏମିତି କିଛି ଇସାରା ଦେଇଛନ୍ତି ବିଗବି । ଚଳିତ ବର୍ଷ ବଲିଉଡରେ ବିଗବିଙ୍କ ୫୦ ବର୍ଷ ପୂରଣ ହୋଇଛି । ଏବେ ସେ ନିଜ ଅପକମିଙ୍ଗ ମୁଭି ବ୍ରହ୍ମାସ୍ତ୍ରର ସୁଟିଂ ପାଇଁ ମନାଲିରେ ବ୍ୟସ୍ତ ଅଛନ୍ତି । ଏହି ଅବସରରେ ସେଠାରେ ବିଗବି କିଛି ସମୟ କାଢି ନିଜ ବ୍ଲଗରେ ନିଜର ଅଭିଜ୍ଞତା ସେୟାର କରିଛନ୍ତି । ଯେଉଁଥିରେ ସେ ଖୁବ ଶୀଘ୍ର ଅବସର ନେଇ ପାରନ୍ତି ବୋଲି ସୂଚନା ଦେଇଛନ୍ତି ।
ଏହି ମେସେଜ ଲେଖିବା ବେଳେ ବିଗବି ଟିକେ ଭାବ ପ୍ରବଣ ମଧ୍ୟ ହୋଇ ଯାଇଛନ୍ତି । ସେ ମେସେଜରେ ଲେକିଛନ୍ତି ମନାଲିର ଏହି ଛୋଟିଆ ସୁନ୍ଦର ଯାଗାକୁ ଆସିବା ପାଇଁ ମତେ ୧୨ ଘଣ୍ଟା ସମୟ ଲାଗିଗଲା । ଏଠାକୁ ଭଲ ରାସ୍ତା ନାହିଁ । ଭାବୁଛି ଏବେ ରିଟାୟର ନେବାକୁ ପଡିବ । ଏବେ ମୋ ମସ୍ତିସ୍କ ଆଉ କିଛି କହୁଛି ଆଉ ଆଙ୍ଗୁଠି ଆଉ କିଛି ଲେଖିବାକୁ ଚାହୁଁଛି । ସୂଚନା ଯୋଗ୍ୟ ଏହି ନିକଟରେ ଯକୃତରେ ସମସ୍ୟା ଅନୁଭବ କରିବାରୁ ବିଗବି ରାତି ଅଧରେ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଆଡମିସନ ହୋଇଥିଲେ । ୨ ଦିନ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।